ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହେଲା ଭାରତ


 ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହେଲା ଭାରତ । 

ଭାରତର ଏହି ବିଜୟରେ ୧୪୫ କୋଟି ଭାରତୀୟ ଆନନ୍ଦରେ ନାଚି ଉଠିଛନ୍ତି । 

ଭାରତୀୟ ମହିଳା ଟିମ୍ ବିଶ୍ଵକପ୍ ଜିତିବା ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ଓଡ଼ିଶା ମୁଖ୍ୟମନ୍ତ୍ରୀ, ପୂର୍ବତନ ଖେଳାଳୀ, ଖେଳ ପ୍ରଶଂସକ ବିଶ୍ଵ କପ୍ ବିଜୟ ପାଇଁ ଟିମ୍ କୁ ଜଣାଇଲେ ଶୁଭେଚ୍ଛା । 

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ୨୫ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି । ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି । ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ସ୍ମୃତି ମନ୍ଧାନା ୪୫ ରନ୍ ଓ ଶେଫାଳି ବର୍ମା ୮୭ ରନ୍ ଶତକୀୟ ଭାଗୀଦାର ପରେ ଭାରତ ୨୯୮ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍‌ରେ ଶେଷ ହୋଇଯାଇଥିଲା । ଦୀପ୍ତିଙ୍କ ୫ ୱିକେଟ୍ ନେଇ ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଦୀପ୍ତିଙ୍କୁ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଘୋଷିତ କରାଯାଇଥିଲା । ଶେଫାଳି ବର୍ମାଙ୍କ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ ୮୭ରନ କରିବା ସହ ୨ ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲେ । ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକାର ସ୍ଵପ୍ନ ଅଧୁରା ରହିଯାଇଛି । ଆଉ ଭାରତର ବିଜୟ ପରେ ସାରା ଦେଶ ଆନନ୍ଦ ଉଲ୍ଲାସରେ ନାଚି ଉଠିଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done