ଗତ ତା ୨୩.୧୦.୨୫ରିଖରୁ ଜିଳ୍ଲା ପୋଳିସ ପ୍ରଶାସନ ତରଫରୁ ସାଏବର କ୍ରାଇମ ଉପରେ ସଚେତନତା କାର୍ଯ୍ୟକ୍ରମ ମାନ ଜିଳ୍ଲାର ସବୁ ଅଞ୍ଚଳରେ ବିଭିନ୍ନ କୁଇଜ ପ୍ରତିଯୋଗିତା, ଗୀତ, ନାଚ, ପାଳା, ଦାସକାଠିଆ ଓ ନାଟକ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଅଛି । ସୂଜନୀ ପରିବାର ଝାରସୁଗୁଡାର ଶ୍ରୀ ଶକଂର ପୋଡକଂ ରଚିତ ଓ ଶ୍ରୀ ଗଙ୍ଗାଧର ବେହେରାକଂ ନିର୍ଦ୍ଦେଶିତ ସମ୍ବଲପୁରୀ ପଥପ୍ରନ୍ତ ନାଟକ " ଆମେ ବି ଡିଜିଟାଲ ମୁରୁଖ "ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ହେଉଅଛି । କଳାକାର ମାନକଂ ଜୀବନ୍ତ ପରିବେଷଣଟି ଲୋକକଂ ମନଛୁଆଁ, ହୂଦୟସ୍ବଶୀ ଓ ଶିକ୍ଷଣୀୟ ହୋଇପାରୁଛି । ଝାରସୁଗୁଡା ଜିଳ୍ଲା ଡିଏସପି ଶ୍ରୀମତୀ ଜୋସ୍ନାରାଣୀ ପ୍ରଧାନ ଏବଂ ସାଏବର ଥାନାଧିକାରୀ ଶ୍ରୀମତୀ ବନ୍ଦନା ନାଏକକଂ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ସ୍ଥାନିୟ ଥାନାଧିକାରୀ ମାନକଂ ଉପସ୍ଥିତିରେ ଏହି ସଚେତନତା କାର୍ଯ୍ୟକ୍ରମ ସୁରୁଖୁରୁରେ ଚାଲୁଅଛି ।
ଏହି ନାଟକର କଳାକାର ମାନେ ହେଲେ ଶ୍ରୀ ପ୍ରମୋଦ ମେହେର, ସୁଶ୍ରୀ ଲୀନା ଚାନ୍ଦ, ଶ୍ରୀ ଶଶୀଭୂଷଣ ତିଔାରି, ସୁଶ୍ରୀ ପ୍ରତିମା ବାଗ, ଶ୍ରୀମତୀ ପ୍ରତିଭା ସିଂହ, ଶ୍ରୀ ଗଙ୍ଗାଧର ବେହେରା, ଶ୍ରୀ ଗୋପାଳ ସିଂ, ଶ୍ରୀ ଶକଂର ପୋଡ, ଶ୍ରୀ ଗଙ୍ଗାଧର ବେହେରା । ତାଛଡା ପୋଳିସ କର୍ମଚାରି ଶ୍ରୀ ଦେବେନ୍ଦ୍ର ପଶାୟତକଂ ପ୍ରସ୍ତୁତ ସାଏବର ସଚେତନତା ଗୀତରେ ସୁଶ୍ରୀ ପାୟଲ ନେଟି,ସୁଶ୍ରୀ ଗାୟତ୍ରୀ କିସାନ,ସୁଶ୍ରୀ ଦୀପ୍ତୀ ପ୍ରଧାନ ଓ ଶ୍ରୀମତୀ ପ୍ରେରଣା ମାଳି ସୁନ୍ଦର ନୂତ୍ୟ ପରିବେଷଣ କରୁଛନ୍ତି ।


0 Comments