ବେଆଇନ୍ ବାଲି ବୋଝେଇ ଏକ ହାଇୱା ଟ୍ରକ୍ ସମେତ ଦୁଇଟି ଟ୍ରାକ୍ଟରକୁ ଜବତ


 ଝାରସୁଗୁଡ଼ାରେ ବାଲି ମାଫିଆଙ୍କ ଉପରେ ପ୍ରଶାସନରର କଡ଼ା ନଜର। ଅତର୍କିତ  ଚଢ଼ାଉରେ ହାଇୱା ସହ ୨ ଟ୍ରାକ୍ଟର ଜବତ। 


ଝାରସୁଗୁଡ଼ାରେ ବେଆଇନ ବାଲି ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ଏହି କ୍ରମରେ ପୁଲିସ ଓ ଖଣି ବିଭାଗର ମିଳିତ ସହଯୋଗରେ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ଏହି ଅତର୍କିତ ଚଢ଼ାଉ ବେଳେ ବେଆଇନ୍ ବାଲି ବୋଝେଇ ଏକ ହାଇୱା ଟ୍ରକ୍ ସମେତ ଦୁଇଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ଜଣାପଡ଼ିଛି।  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖଣି ଅଧିକାରୀ ଏବଂ ପୁଲିସ ଟିମ୍ ମିଳିତ ଭାବେ ରାଜପଥରେ ଏହି ‘ଅପରେସନ୍’ ଆରମ୍ଭ କରିଥିଲେ। ଚେକ୍ ପଏଣ୍ଟରେ ଯାଞ୍ଚ ବେଳେ ବାଲି ବୋଝେଇ ହୋଇ ଯାଉଥିବା ଏକ ହାଇୱା  କୁ ଅଟକା ଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହି ବାଲି ମହାନଦୀ ଶଯ୍ୟାରୁ ବେଆଇନ ଭାବେ ଉତ୍ତୋଳନ କରାଯାଇ ଚୋରା ଚାଲାଣ କରାଯାଉଥିବା ଜଣାପଡ଼ିଛି। କେବଳ ହାଇୱା ନୁହେଁ, ବାଲି ଲୋଡିଂ କାର୍ଯ୍ୟରେ ନିୟୋଜିତ ଥିବା ଅନ୍ୟ ଦୁଇଟି ଟ୍ରାକ୍ଟରକୁ ମଧ୍ୟ ଘଟଣାସ୍ଥଳରୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଗାଡ଼ି ଚାଳକ ଓ ସହଯୋଗୀଙ୍କ ସମେତ ପ୍ରାୟ ୩ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।


ଜବତ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ଖଣି ଅଧିକାରୀ ଚୂଡ଼ାମଣି ବିଶ୍ୱାଳ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାର ବାଲି ମାଫିଆଙ୍କ ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲଘୁ ଖଣିଜ ସମ୍ପଦ ଲୁଟେରାଙ୍କ ମନରେ ଭୟ ପଶାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done