ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଝାରସୁଗୁଡ଼ା ପୋଲିସ


 ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗର ପର୍ଦ୍ଦା ଫାସ କଲା ଝାରସୁଗୁଡା ପୋଲିସ। କିଛି ଦିନ ମଧ୍ୟରେ ହିଁ ବଡ ଧରଣର ଡ଼କାୟତି ର ଖୁଲାସା କରି ୮ ଜଣଙ୍କୁ ଗିରଫ କରିଛି ପୋଲିସ। 

ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ମନ୍ ମୋହନ ପଡିଆ ନିକଟ ବିନାୟକ ପରମ ଅଞ୍ଚଳରେ ଘଟିଥିବା  ଡକାୟତି ଘଟଣାରେ   ଝାରସୁଗୁଡ଼ା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଗତ ୧୯ ତାରିଖରେ ବ୍ୟବସାୟୀ ମୁକେଶ ବୁଚୱାନିଙ୍କ ଘରେ ହୋଇଥିବା ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଏକ ବଡ଼  ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଧରିବାରେ ପୁଲିସ ସକ୍ଷମ ହୋଇଛି। ଏହି ମାମଲାରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ନାବାଳକ ଙ୍କୁ ମଧ୍ୟ ଅଟକ ରଖିଛି। ଅଭିଯୁକ୍ତମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା, ସୁନା, ରୁପା ଓ ମାରଣାସ୍ତ୍ର ଜବତ କରାଯାଇଛି।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ସ୍ୱତନ୍ତ୍ର ଟିମ୍ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତି, ସିସିଟିଭି ଫୁଟେଜ୍ ଯାଞ୍ଚ, ମୋବାଇଲ୍ ଟ୍ରାକିଂ ଏବଂ ସାଇବର ଫୋରେନ୍ସିକ୍ ଜରିଆରେ  ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ  ସଞ୍ଜୟ ସିଂହ ,  ଆକାଶ ରାଧାକାନ୍ତ କହଁର ,  ଅଶୋକ କୁମାର ପଣ୍ଡା ,   ଜଗବନ୍ଧୁ ବେହେରା ,   କାହ୍ନା ଚରଣ ସ୍ୱାଇଁ, ସନତ ଆନନ୍ଦ ରାଏ ,  ତିର୍ତ୍ତୋଲର ଜିତୁ ଜିତେନ୍ଦ୍ର ସାହୁ  ଏବଂ   ପିଙ୍କି ଓରଫ ସୁଶୀଳା ମେହେର ସାମିଲ ଅଛନ୍ତି। ଏହି ଅଭିଯୁକ୍ତମାନେ ଏକ ସୁଚିନ୍ତିତ ଯୋଜନା ମୁତାବକ ଡକାୟତି ଭିଆଇଥିଲେ।

ପୋଲିସର ତଥ୍ୟ ଅନୁଯାୟୀ, ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରାଯାଇଛି। ଏହା ବ୍ୟତୀତ ପ୍ରାୟ ୬୬ ଲକ୍ଷ ୫୬ ହଜାର ଟଙ୍କା ମୂଲ୍ୟର ୫୨୧ ଗ୍ରାମ ସୁନା ଅଳଙ୍କାର ଏବଂ ୨୪ ଲକ୍ଷ ୭୭ ହଜାର ଟଙ୍କା ମୂଲ୍ୟର ୧୪ କେଜି ୩୨୦ ଗ୍ରାମ ରୁପା ଅଳଙ୍କାର ଓ ବିସ୍କୁଟ ଜବତ ହୋଇଛି। ଅପରାଧରେ ବ୍ୟବହୃତ ୩ଟି ଦେଶୀ ପିସ୍ତଲ, ୧୨ ରାଉଣ୍ଡ ଗୁଳି, ୨ଟି ଛୁରୀ ସହ ଗୋଟିଏ ହୁଣ୍ଡାଇ ଆଇ-୨୦ କାର, ଗୋଟିଏ ଏସ-ପ୍ରେସୋ କାର, ୨ଟି ସ୍କୁଟି ଓ ଗୋଟିଏ ପଲସର ବାଇକ ମଧ୍ୟ ଜବତ କରାଯାଇଛି। ଲୁଟ୍ ଟଙ୍କାରେ କିଣାଯାଇଥିବା ଆଇଫୋନ୍, ଟିଭି, ଫ୍ରିଜ୍ ଓ ହୋମ୍ ଥିଏଟର ଭଳି ଦାମୀ ସାମଗ୍ରୀ ସହ ୧୨ଟି ମୋବାଇଲ୍ ଫୋନ୍ ଓ ଜାଲ୍ ନମ୍ବର ପ୍ଲେଟ୍ ମଧ୍ୟ ପୁଲିସ ଜବତ କରିଥିବା ନେଇ ଏସପି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done