ଝାରସୁଗୁଡ଼ା ଜିଲ୍ଳାର ଚାନ୍ଦିନୀମାଲ ପଞ୍ଚାୟତ ଅନ୍ତର୍ଗତ ବରପାଲି ଗ୍ରାମର ଖେଳ ପଡିଆ ଉନ୍ନତି କରଣ କରାଯାଇ ଏକ ଷ୍ଟାଡିୟମ ନିର୍ମାଣ ସହିତ ନୁଆମୁଣ୍ଡା ଠାରୁ ବାଲିପିଟା ରାସ୍ତା,ସକ୍ତିଶ୍ଵର୍ ମହାଦେବ ମନ୍ଦିର ଉନ୍ନତି କରଣ,ପ୍ରଧାନମନ୍ତ୍ରୀ ସଡ଼କ ଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ସହ ଅନ୍ୟାନ୍ୟ ସମସ୍ୟା କୁ ନେଇ ଶୁକ୍ରବାର ଦିନ ୧୨ ଟା ସମୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭୁବନେଶ୍ଵର ସ୍ଥିତ କାର୍ଯ୍ୟାଳୟରେ ଭେଟି ଜଗନ୍ନାଥ ଯୁବକ ସଂଘ ବରପାଲି ଗ୍ରାମ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଖେଳ ପଡିଆରେ ପ୍ରତି ବର୍ଷ ଜିଲ୍ଲା ସ୍ତରୀୟ କ୍ରୀଡା,ଫୁଟବଲ୍,କ୍ରିକେଟ ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ଦୃଷ୍ଟିରେ ରଖି ବରପାଲି ଖେଳ ପଡିଆକୁ ଏକ ଷ୍ଟାଡିୟମରେ ପରିଣତ କରିବା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ସମୟରେ ଜଗନ୍ନାଥ ଯୁବକ ସଂଘର ହେମନ୍ତ ଧୁରୁଆ,ଜୟରାମ ବଗାର,ଠାକୁର ପ୍ରଧାନ,ଇଶ୍ଵରୀ ମାଝୀ,ଗଙ୍ଗା ଭୋଇ,ଉମେଶ ବଢାଇ,ରବୀନ୍ଦ୍ର ବୁଦ୍ଧିଆ,ଯୁବରାଜ ବିଶି,ଦିଲୀପ ବଢାଇ,ହରେଶ ପୋଡ଼,ଆକାଶ ଦୋରା,ଅଜିତ ବଢ଼ାଇ,ପପୁ ପ୍ରଧାନ,ଅନୀଲ ବଢାଇ,ନରେଶ ବଢାଇ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଥିଲେ ।


0 Comments