ଟ୍ରେନରେ କଟି ଜଣେ ଶିକ୍ଷକ ମୃତ୍ୟୁ


 ଟିକିଏ ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ । ଟ୍ରେନରେ କଟି ଜଣେ ଶିକ୍ଷକ ମୃତ୍ୟୁ ।  ଚଳନ୍ତା ଟ୍ରେନରେ ଚଢ଼ିବା ହେଲା କାଳ । ଟ୍ରେନ୍ ଚକା ତଳେ କଟି  ଶିକ୍ଷକଙ୍କ ହେଲା ମୃତ୍ୟୁ । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ଶିକ୍ଷକଙ୍କର ଟ୍ରେନ୍ ଚକା ତଳେ  କଟି ମର୍ମନ୍ତୁଦ ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ । ମିଳିଛି । ମୃତକ ଜଣକ ଛତିଶଗଡ଼ ରାୟପୁରର ବି. ଶିବଶଙ୍କର । ସେ ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲୋ ପୋଲିସ ସୂଚନା ମୁତାବକ, ଶିବଶଙ୍କର ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଯିବା ପାଇଁ ଷ୍ଟେସନରେ ପହଞ୍ଚିଥିଲେ । ସେ ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଟ୍ରେନ୍ ଷ୍ଟେସନ ଛାଡି ଦେଇଥିଲା । ଫଳରେ ଭାରସାମ୍ୟ ହରାଇ ତାଙ୍କ ଗୋଡ଼ ଖସି ଯାଇଥିଲା ଏବଂ ସେ ଟ୍ରେନ୍ ତଳକୁ ଗଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ ଏବଂ ଟ୍ରେନ୍ ଚକା ତଳେ କଟି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଏହି ସମସ୍ତ ଦୃଶ୍ୟ ଷ୍ଟେସନର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଖବର ପାଇ ଜିଆରପି ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done