ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ପୌର ପରିଷଦ ୱାର୍ଡ ନଂ ୧୩ ମଧୁବନନଗରରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ସନ୍ଧ୍ୟା ୫ ଟା ସମୟରେ ମନ୍ଦିରରେ ଥିବା କୂଅରୁ ୨୧ କଳସରେ ଜଳ ଆଣିବା ପରେ ପୂଜା ମଣ୍ଡପରେ ଘଟ ପୂଜନ କରି ଅଖଣ୍ଡ ଦୀପ ପୂଜା ସ୍ଥାନରେ ସ୍ଥାପନ କରାଯାଇ ଅଧିବାସ,ଭଜନ ସଙ୍କୀର୍ତ୍ତନ ହୋଇଥିଲା । ବୁଧବାର ଦିନ ସକାଳ ୯ ଟା ସମୟରୁ ଗୀତା ପାଠ ଉଚ୍ଚାରଣ ସହ ପୂଜା ଆରମ୍ଭ ହୋଇ ସନ୍ଧ୍ୟା ସମୟରେ ପୂର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ସହ ପୂଜା ସମ୍ପନ୍ନ ହୋଇଥିଲା । ସ୍ବର୍ଗତ ବାବା ଗଜାନନ ପଟେଲ ଏହି ଗୀତା ଯଜ୍ଞ ଆରମ୍ଭ କରିଥିଲେ । ଏବେ ତାଙ୍କ ଚାରି ପୁଅ ତ୍ରିଲୋଚନ ପଟେଲ,ଶୁକ୍ରୁ ପଟେଲ,ରାମ ପଟେଲ ଓ ଶ୍ୟାମ ପଟେଲ କାର୍ଯ୍ୟକ୍ରମ କରି ଆସୁଛନ୍ତି । ଚଳିତ ବର୍ଷ କର୍ତ୍ତା ଭାବେ ଗଙ୍ଗାଧର ବେହେରା ଓ ତାଙ୍କ ପତ୍ନୀ ଜମ୍ମୁବତି ବେହେରା,ଶ୍ରୀକାନ୍ତ ଘଡେ଼ଇ ଓ ତାଙ୍କ ପତ୍ନୀ ମମତା ଜେନା ଏବଂ ସଞ୍ଜୀବ ଧୁରୁଆ ଓ ତାଙ୍କ ପତ୍ନୀ ବାସନ୍ତୀ ଧୁରୁଆ ଦାଇତ୍ୱ ତୁଲାଇଥିବା ବେଳେ ମୁଖ୍ୟ ପଣ୍ଡିତ ଭାବେ ଉମେଶ ଶତପଥୀ,ରମେଶ ଶତପଥୀ,ତପନ ପଣ୍ଡା,ସହଦେବ ପୂଜାରୀ ଏବଂ ସହଯୋଗୀ ଶତ୍ରୁଘ୍ନନ ପଟେଲ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଆଖପାଖ ଅଞ୍ଚଳର ପ୍ରାୟ ୩ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଓ ଶେଷରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ବିଶେଷ ଅତିଥି ଭାବରେ ଝାରସୁଗୁଡ଼ା ଗୋପାଳ ଜୀ ମଠର ମହନ୍ତ ଶ୍ରୀ ଦାମୋଦର ଦାସ ମହାରାଜ ବିଶିଷ୍ଟ ଅତିଥି ଥିବା ବେଳେ ତ୍ରିଲୋଚନ ପ୍ରଧାନ ଓ ପଦ୍ମମିନୀ ପ୍ରଧାନ ୫୬ ଭୋଗ ଅର୍ପଣ କରିଥିଲେ । ଏହି ପୂଜା କାର୍ଯ୍ୟରେ ମଧୁବନନଗର ର ସମସ୍ତ ଗ୍ରାମବାସୀ ପୂଜାରେ ସହଯୋଗ କରିଥିଲେ ।


0 Comments