ବେଲପାହାଡ : ଶିକ୍ଷୟତ୍ରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଦୁବୃର୍ତ୍ତ


 ବେଲପାହାଡ଼ରେ ଦିନ ଦ୍ୱିପ୍ରହରରେ ଲୁଟ | ଶିକ୍ଷୟତ୍ରୀ ଙ୍କ  ବେକରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ | 

 ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ସହରରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ କରି ଦିନ ଦ୍ୱିପ୍ରହରରେ ଏକ ଲୁଟ୍‌ପାଟ୍ ଘଟଣା ସାମ୍ନାକୁ ଆସିଛି |  ଦୁଇ ବାଇକ୍ ଆରୋହୀ ଦୁର୍ବୃତ୍ତ ଜଣେ ଶିକ୍ଷୟିତ୍ରୀଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି |  ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି | 

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ବିଏମ୍‌ସି ଗିରିଧର ନାଗ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ କମଳା ସରାଫ ବିଦ୍ୟାଳୟରୁ କାର୍ଯ୍ୟ ସାରି ଚାଲି ଚାଲି  ନିଜ ବାସଭବନକୁ ଫେରୁଥିଲେ | ଏହି ସମୟରେ ପଛପଟୁ ଏକ ବାଇକ୍‌ରେ ଦ୍ରୁତଗତିରେ ଆସିଥିବା ଦୁଇଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ୍‌ଟିକୁ ଝାମ୍ପି ନେଇଥିଲେ | ଜଣେ ଲୁଟେରା ହେଲ୍‌ମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଜଣେ ନିଜ ମୁଁହ କୁ  ଏକ ଧଳା ଗାମୁଛାରେ ଢାଙ୍କି   ରଖିଥିଲା |  ଶ୍ରୀମତୀ ସରାଫ ଚିତ୍କାର କରି ସେମାନଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ | ସିସିଟିଭି ଦୃଶ୍ୟ ରୁ ଯାହା ଜଣାପଡୁଛି ସେମାନେ ବହୁ ସମୟରୁ ମୌକା ଖୋଜୁଥିଲେ ଲୁଟ ପାଇଁ | 

 ତେବେ ଲୁଟ୍‌ର ଏହି ସମ୍ପୂର୍ଣ୍ଣ ଦୃଶ୍ୟ ନିକଟସ୍ଥ ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି |  ଏହି ଘଟଣା ସମ୍ପର୍କରେ ଶିକ୍ଷୟିତ୍ରୀ ଜଣକ ବେଲପାହାଡ଼ ଥାନାରେ ଏକ ଲିଖିତ ଏତଲା ଦାୟର କରିଛନ୍ତି | ପୋଲିସ ଏତଲାକୁ ଭିତ୍ତି କରି ଏକ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍ ଆଧାରରେ ଅପରାଧୀମାନଙ୍କୁ ଠାବ କରିବା ପାଇଁ ତଦନ୍ତକୁ ଆରମ୍ଭ  କରିଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done