ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଶ୍ରୀପୁରା ଠାରେ ଥିବା ଏପସିଲନ କାର୍ବନ କମ୍ପାନୀ ଦ୍ବାରା ଜମି ଅଧିଗ୍ରହଣ ମାମଲାକୁ ନେଇ ଶ୍ରୀପୁରା ଗ୍ରାମବାସୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇଛନ୍ତି | ଶ୍ରୀପୁରାରେ ଥିବା ଏପସିଲନ କାର୍ବନ ଜମ୍ପାନୀ ଜଙ୍ଗଲ ଜମି, ଗୋଚର ଜମି, ଏସ୍ସିଏସ୍ଟିଙ୍କ ଜମି ଅଗ୍ରହଣ ନିର୍ମାଣ କାର୍ଯ୍ୟ ଚଳାଇଛି | ଶ୍ରୀପୁରା ଗ୍ରାମର ଚାରିଆଡେ କମ୍ପାନୀ ରହିଥିବାରୁ ଜଙ୍ଗଲ ଓ ଗୋଚର ଜମିର ପରିମାଣ ବହୁତ କମ ରହିଛି | ତେଣୁ ଏହି ଜଙ୍ଗଲ ଓ ଗୋଚର ଜମିକୁ ନ ବଞ୍ଚାଇଲେ ଆଗାମୀ ଦିନରେ ଏହା ଗ୍ରାମବାସୀଙ୍କ ପାଇଁ ବହୁତ ବିପଦ ସୃଷ୍ଟି କରିବ ବୋଲି ଅଞ୍ଚଳବାସୀ ମନ୍ତ୍ରୀ ଙ୍କୁ ଜଣାଇଛନ୍ତି | ତେବେ ଅଂଚଳରେ କିଛି ଦିନ ପୂର୍ବେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନେକ ଚାରା ରୋପଣ କରାଯାଇଥିଲା | ଅଞ୍ଚଳବାସୀ ଙ୍କ ଦାବି ଅନୁଯାଇ କମ୍ପାନୀ ଏହି ୧ହଜାର ଚାରାର ରକ୍ଷଣାବେକ୍ଷଣ କରୁ | ଏହା ସହିତ ବିନା ଗ୍ରାମସଭାରେ ରେ କମ୍ପାନୀ କିପରି ଜଙ୍ଗଲ ଜମି ଉପରେ ନିର୍ମାଣ କାର୍ଯ୍ୟ ସୂର୍ଯ୍ୟ କରୁଛି, ତାହା ଉପରେ କାର୍ଯ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବିପତ୍ର ଦେଇଥିଲେ | ଶ୍ରୀପୁରାବାସୀଙ୍କ ଅଭିଯୋଗ ପରେ ମନ୍ତ୍ରୀ ପୂଜାରୀ ଗ୍ରାମବାସୀଙ୍କୁ ସରକାରଙ୍କ ନୀତି ନିୟମ ଅନୁସାରେ କାର୍ଯ୍ୟ କରାଯିବ ଏବଂ ଜଙ୍ଗଲ ଜମିକୁ ସୁରକ୍ଷା ଦିଆଯିବ ବୋଲି ଆଶ୍ବାସନା ଦେଇଛନ୍ତି | ଏହା ସହିତ ଶ୍ରୀପୁରାବାସୀଙ୍କ ସମ୍ମୁଖରେ ମନ୍ତ୍ରୀ ପୂଜାରୀ ଝାରସୁଗୁଡା ଜିଲାପାଳ ଓ ଡିଏଫ୍ଓଙ୍କୁ ଫୋନ ମାଧ୍ୟମରେ ଶ୍ରୀପୁରା ଗ୍ରାମରେ ଜଙ୍ଗଲ ଜମି ଉପରେ ହେଉଥିବା ନିର୍ମାଣର ଠିକ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି |
0 Comments