ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କୋଲାବିରା ଖଣ୍ଡ (ବ୍ଲକ)ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିଅମ ପାଖ କଲ୍ୟାଣ ମଣ୍ଡପ ରେ ବିଜୟା ଦଶମୀ ଉତ୍ସବ ଓ ଆର୍ ଏସ ଏସ ର ଶତାବ୍ଦୀ ପାଳନ ହୋଇଯାଇଛି । ଶକ୍ତି ର ମହାପର୍ବ ବିଜୟାଦଶମୀ ଉତ୍ସବ ରେ ମାଁ ଦୁର୍ଗା ଙ୍କୁ ଆରାଧନା କରି ଶସ୍ତ୍ର ପୂଜନ କରାଯାଇଥିଲା । ୧୯୨୫ ମସିହା ରୁ ୨୦୨୫ ଗତ ୧୦୦ ବର୍ଷ ହିନ୍ଦୁ ସଂଗଠନ ମାଧ୍ୟମରେ ଦେଶର ସର୍ବାଗିନ ଉନ୍ନତି ପାଇଁ କାର୍ଯ୍ୟ କରିଆସିଛି । ଏହି ଶତାବ୍ଦୀ ବର୍ଷ ରେ ସମାଜରେ ସଂଘ ପଞ୍ଚ ପରିବର୍ତନ ଯଥା ସ୍ଵ-ଜାଗରଣ, ନାଗରିକ କର୍ତ୍ତବ୍ୟ, ସମାଜିକ ସମରସତା, କୁଟୁମ୍ବ ପ୍ରବୋଧନ, ପରିବେଶ ସୁରକ୍ଷା କୁ ନେଇ ସଂଘ ସମାଜିକ ପରିବର୍ତନ ପାଇଁ କାର୍ଯ୍ୟ କରିବା ନେଇ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ଝାରସୁଗୁଡା ଜିଲ୍ଲା କାର୍ଯ୍ୟବାହ ସୁଜିତ ପଣ୍ଡା ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ସୁଶୀଲ କୁମାର ଦାସ NGO ସେବା ର ସଂସ୍ଥାପକ ଓ ଖଣ୍ଡ ସଂଘଚାଲକ ଶ୍ରୀ ରାଜେଶ ସାହୁ ମଞ୍ଚାସିନ୍ ଥିଲେ । ଏହି ଅବସରରେ କୋଲାବିରା RSS ର ଖଣ୍ଡ କାର୍ଯ୍ୟବାହ ସନୋଜ ବେହେରା ମଞ୍ଚ ପରିଚାଳନା କରି ଥିଲେ ଏଥିରେ ବିବିଧ କ୍ଷେତ୍ର ର ପ୍ରମୁଖ କାର୍ଯ୍ୟକର୍ତ୍ତା ସ୍ୱୟଂସେବକ ଓ କୋଲାବିରାର ମାନ୍ୟଗନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।
0 Comments