ଝାରସୁଗୁଡ଼ା ଜିଲ୍ଲା ଗାନ୍ଧୀଛକ ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ ୪୪ ତମ ମା' ଦୁର୍ଗାଙ୍କ ପୂଜା ଏବଂ ଭସାଣୀ ଉତ୍ସବ ସହ ସୁନ୍ଦର ମୂର୍ତ୍ତି,ମେଢ଼ ଓ ଆଲୋକିକରଣ ସାଜସଜ୍ଜା ଯୋଗୁଁ ଶ୍ରଦ୍ଧାଳୁଙ୍କ ମନକୁ ଆକର୍ଷିତ କରିଥିଲା । ଜାତୀୟ ରାଜପଥରେ ଚଳାଚଳ ଓ ଟ୍ରାଫିକ ସମସ୍ୟା ପାଇଁ ଏହାକୁ ଫାଣ୍ଡି ନିକଟ ପଡ଼ିଆରେ ୧୪ ବର୍ଷ ହେବ ନୂତନ ସ୍ଥାନରେ କରାଯାଇ ଏହି ପୂଜା ସଫଳତାର ସହିତ ଅନବରତ ଭାବେ ଜାରି ରହିଛି । ବିଜୟା ଦଶମୀ ଦିନ ଏକ ସୁସଜ୍ଜିତ ରଥରେ ରାମ,ଲକ୍ଷ୍ମଣ,ହନୁମାନ ସହ ବାନର ସେନା ନଗର ପରିକ୍ରମା କରିଥିଲେ । ସ୍ଥାନୀୟ ଗଣ୍ଡଘୋରା ସ୍କୁଲ୍ ପଡିଆରେ ରାବଣ ପୋଡ଼ି ଆୟୋଜିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଭୁ ରାମ ଭୂମିକାରେ ମନିସ କୁମାର ସାହୁ,ଭ୍ରାତା ଲକ୍ଷ୍ମଣ ଭୂମିକାରେ ପ୍ରତୀକ ପାଣିଗ୍ରାହୀ,ମହାବୀର ହନୁମାନ ଭୂମିକାରେ ସଞ୍ଜୀବ ପଶାୟତ,ବାନର ମାନଙ୍କର ଜୀବନ୍ତ ଦର୍ଶନ ଦର୍ଶକଙ୍କୁ ଆକର୍ଷିତ କରିଥିଲା । ଜୟ ଦୁର୍ଗା ପୂଜା କମିଟି ପକ୍ଷରୁ ୫୦ ହଜାର ଟଙ୍କା ବ୍ୟୟ ଅଟକଳରୁ ପୂଜା ଆରମ୍ଭ ହୋଇଥିଲା । ତେବେ ଚଳିତ ବର୍ଷ ପୂଜା ବାବଦକୁ ୧୫ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିବା ସୂଚନା ମିଳିଛି । ଚଳିତ ବର୍ଷ ପୂଜା ପାଇଁ ରୁଦ୍ରପ୍ରତାପ ଭୋଇ ଓ ତାଙ୍କ ପତ୍ନୀ ମମତା ଭୋଇ କର୍ତ୍ତା ଦ୍ଵାୟିତ୍ବ ଓ ମୁଖ୍ୟ ପୂଜକ ପଣ୍ଡିତ ପ୍ରଦୀପ ମିଶ୍ରଙ୍କ ସହଯୋଗୀ କାଶୀନାଥ ପଣ୍ଡା,ପ୍ରକାଶ ପଣ୍ଡା,ରବି ଶଙ୍କର ଯାଦବ ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ । ଭସାଣୀ ଶୋଭାଯାତ୍ରା ପାଇଁ ବିଭିନ୍ନ ପାର ଲୋକ ଗୀତ,ବାଦ୍ୟ ଓ ନୁତ୍ୟ ଆଦି ଦଳକୁ ଆମନ୍ତ୍ରଣ କରାଯାଇଥିଲା । ଭସାଣୀ ଉତ୍ସବରେ ପାରମ୍ପରିକ ଦୁଲଦୁଲି ବାଜା,ଝୁମେର ବାଦ୍ୟ,ଘଣ୍ଟ ବାଦ୍ୟ,ଲୋକନୃତ୍ୟରେ ମା' ଦୁର୍ଗା ଓ ଅନ୍ୟ ଦେବଦେବୀଙ୍କୁ ନଗର ପରିକ୍ରମା କରି କୃତ୍ରିମ ଜଳାଶୟରେ ବିସର୍ଜନ କରାଯାଇଥିଲା ।ଆୟୋଜକ ଜୟ ଦୁର୍ଗା ପୂଜା କମିଟିର ସଭାପତି ମଣିରାମ ସିଂହ,ଉପ ସଭାପତି ଗୁରୁଦେବ ବଢାଇ,ସମ୍ପାଦକ ତପନ କୁମାର ବଢାଇ,ସହ ସମ୍ପାଦକ ଅମିତ କୁମାର ହୋତା,କୋଷାଧ୍ୟକ୍ଷ ଅଶୋକ ବଡ଼ପଣ୍ଡା,ସହ କୋଷାଧ୍ୟକ୍ଷ କିଶୋର ଭେନେଇ ଙ୍କ ସମେତ ଜୟ ଦୁର୍ଗା ପୂଜା କମିଟିର କୁଲଦୀପ ବଢାଇ,ସୁଜିତ୍ ପଣ୍ଡା,ପ୍ରଦୀପ ବଢାଇ,ଅନିଲ ପାଣିଗ୍ରାହୀ,ଟିଟୁ ପରିଡ଼ା,ଗୁରୁଦେବ ବଢାଇ,ଭାବଗ୍ରାହୀ ବଢାଇ,ସଞ୍ଜୀବ ମେହେର,ସଚ୍ଚିକାନ୍ତ ବଢାଇ ପ୍ରମୁଖ ସଦସ୍ୟ ପୂଜା ପରିଚାଳନାରେ ସହଯୋଗ କରିଛନ୍ତି ।
0 Comments