ପୁଣି ଆସୁଛି ଲଘୁଚାପ ଜନିତ ବର୍ଷା


 ରାଜ୍ୟକୁ ପୁଣି ଆସୁଛି ଲଘୁଚାପ ଜନିତ ବର୍ଷା | 1 ତାରିଖରୁ ପୁଣି ରାଜ୍ୟରେ ଲଘୁଚାପ | 2 ରୁ ଲଗାତାର ବର୍ଷା | 30 ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି | ରାଜ୍ୟରେ ପୂର୍ବରୁ 23 ତାରିଖରୁ 28 ତାରିଖ ପର୍ଯ୍ୟନ୍ତ ଏକ ଲଘୁଚାପ ଆସିଥିଲା | ଯାହା ଫଳରେ ମହାନଦୀ ରେ ବନ୍ୟା ଭଳି ପରିସ୍ଥିତି ଉପୁଜିଥିଲା | ଏବେ ପୁଣି ରାଜ୍ୟରେ 1 ତାରିଖରେ ଉତ୍ତର ଆଣ୍ଡାମାନ ସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରବେଶ କରିବ | ଯାହା 2 ତାରିଖ ସୁଦ୍ଧା ଅବପାତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି | ତେବେ ରାଜ୍ୟରେ କେବଳ  ମୟୁରଭଞ୍ଜ ସୁନ୍ଦରଗଡ଼ ବାଲେଶ୍ୱର କୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି | ଏ ନେଇ ସାଧାରଣ ଲୋକଙ୍କୁ ସଚେତନ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି |

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done