ପ୍ରଧାନମନ୍ତ୍ରୀ ଝାରସୁଗୁଡାରେ ଯୁବ ସମାବେଶରେ ଯୋଗ ଦେଇ ଓଡ଼ିଶାକୁ ହଜାର ହଜାର କୋଟିର ଦେଲେ ଭେଟି


 ଆଜି ଦିନିକିଆ ଝାରସୁଗୁଡା ଗସ୍ତରେ ପହଞ୍ଚି ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ପ୍ରଥମେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ଥିଲେ । ସେଠାରେ ତାଙ୍କୁ ଜିଲ୍ଲା ବିଜେପି, ଜିଲ୍ଲାବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ଅମଲିପାଲି ଠାରେ ଆୟୋଜିତ ଯୁବ ସମାବେଶରେ ପହଞ୍ଚି ଝାରସୁଗୁଡ଼ାବାସୀଙ୍କୁ ସମ୍ବିଧାନ କରିଥିଲେ । ଦେଶର ଯଶଶ୍ଵି ପ୍ରଧାନମନ୍ତ୍ରୀଙ୍କ ଏହି ଆଗମନରେ ଝାରସୁଗୁଡ଼ା ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଥିଲା । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହଜାର ହଜାର ଲୋକ ସଭା ସ୍ଥଳରେ ଉପସ୍ଥିତ ରହିଥିଲେ ।  ଅମଲିପାଲି ସ୍ଥିତ ଏହି ମଞ୍ଚରୁ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାର ବିକାଶ ପାଇଁ ଅନେକ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର କମଳରେ ଝାରସୁଗୁଡା ଜିଲ୍ଲାରେ ଭାରତର ଭିତ୍ତିଭୂମି ଏବଂ ଡିଜିଟାଲ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ୬୦ ହଜାର କୋଟି ଟଙ୍କାର ଏକ ପରିବର୍ତ୍ତନକାରୀ ବିକାଶର ପଦକ୍ଷେପ ଆରମ୍ଭ କରାଯାଇଛି । ଟେଲିକମ୍, ରେଳବାଇ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ଏହି ଅମଲିପାଲି ସ୍ଥିତ ମଞ୍ଚରୁ ପ୍ରଧାନମନ୍ତ୍ରୀ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ଗସ୍ତ ସମୟରେ ବିମାନ ବନ୍ଦର ଠୁଁ ଆରମ୍ଭ କରି ଯେଉଁ ଯେଉଁ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।  ପ୍ରଧାନମନ୍ତ୍ରୀ ବିମାନ ବନ୍ଦର ଠାରୁ ଜେଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ୍ ଶୋ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done