ଚିଠୁଆପଡ଼ା ଠାରେ ଫୁଲେ ପାଠଶାଲା ଉଦଘାଟିତ


 ଫୁଲେ ପାଠଶାଲା ପରିଚାଳନା କମିଟି ଚିଠୁଆପଡା ଓ ଏସସି ଏସଟି ମିଳିତ କ୍ରିୟାନୁଷ୍ଠାନ କମିଟି ଝାରସୁଗୁଡା ମିଳିତ ପ୍ରୟାସରେ ଝାରସୁଗୁଡା ପୌରପରିଷଦ ୱର୍ଡ ନଂ ୧୫ ଚିଠୁଆପଡା ଠାରେ ଫୁଲେ ପାଠଶାଲା ଉଦଘାଟନ ହୋଇ ଯାଇଛି। ଏହି ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ କର କମଲରେ ପାଠ ଶାଳାର ଉଦଘାଟନ କରିଛନ୍ତି। ଏହି ଅବସରରେ କରମା ଆଖାଡା ମଣ୍ଡପ ଚିଠୁଆପଡା ଠାରେ ଏସସି ଏସଟି ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଲକ୍ଷ୍ମୀଚରଣ ପାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ମାନୀୟ ଅତିଥି ରୂପେ ଝାରସୁଗୁଡା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ଜିଲ୍ଲା ଓବିସି ମଞ୍ଚ ସଭାପତି ତଥା ସମାଜସେବୀ ବିରଞ୍ଚି ସାହୁ, ମେଡିକାଲ ଅଫିସର ଆୟୁଷ ଡ଼ ଦିବେନ୍ଦୁ ସାହୁ, ସାମାଜିକ କର୍ମୀ ସଂଯୋଜକ ତଥା ଏସଭିଡି ଏନଜିଓ ଝାରସୁଗୁଡା ଫାଦର ରସଲ ଖେସ୍, କିସାନ ସମାଜ ପ୍ରଗତିଶୀଳ ମଞ୍ଚ ତଥା ସମ୍ମିଳିତ ଆଦିବାସୀ ସମାଜ ଉପଦେଷ୍ଟା ରତ୍ନାକର ପ୍ରଧାନ, ଛାତ୍ର ସାମ୍ମୁଖ୍ୟ ସଭାପତି ଅସୀମ ପଟେଲ, ରବିଦାସ ସମାଜ ରାଜ୍ୟ ଯୁଗ୍ମ ସଂପାଦକ ସୀତାରାମ ରୋହିଦାସ, ଗଣ୍ଡା ସମାଜ ବିକାଶ ପରିଷଦ ସଭାପତି ରବୀନ୍ଦ୍ର ସୋହେଲା, ଓବିସି ମଞ୍ଚ ଜିଲ୍ଲା ସଂପାଦକ ଗୋପିନାଥ ବେହେରା, ସମନ୍ୱିତ ଆଦିବାସୀ ସମାଜ ଉପଦେଷ୍ଟା ସୋଡାମାଲ ପ୍ରେମସାଗର ଧୁରୁଆ, ବାମସେଫ ସୁନ୍ଦରଗଡ ସଭାପତି ଶ୍ରବଣ ଗର୍ଡିଆ, ନାରୀନେତ୍ରୀ ଶୁରୁ ଦେହେରିଆ  ଯୋଗ ଦେଇଥିଲେ। ମୂଖ୍ୟ ଅତିଥି ଶ୍ରୀଗଡତିଆ ଏଭଳି ମହତ ଉଦ୍ଦେଶ୍ୟ ନେଇ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସେଥିପାଇଁ ଅଞ୍ଚଳର ଯୁବକ ଯୁବତୀ ଓ ଗ୍ରାମବାସୀଙ୍କୁ ଭୂୟଁସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ପାଠଶାଲା ପରିଚାଳନା ନିମନ୍ତେ ଯାହା ଦରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

     ଚିଠୁଆପଡା ଗ୍ରାମବାସୀ ତଥା ଯୁବକ ଯୁବତୀ ଓ ଛୋଟ ବଡ଼ ସରକାରୀ ବେସରକାରୀ ଚାକିରୀ କରୁଥିବା ବ୍ୟକ୍ତି ବିଶେଷଙ୍କ ସହଯୋଗରେ ଏହି ଫୁଲେ ପାଠଶାଲା ପରିଚାଲିତ ହେବ। ଏଥିରେ ଆଖପାଖ ଅଞ୍ଚଳର ଅତି ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ଦେବା ସହିତ ବୌଦ୍ଧିକ ଓ ନୈତିକ ଶିକ୍ଷା ଦିଆଯିବ। ଯାହା ଫଳରେ ସେମାନେ ଦେଶ ବିକାଶର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ। ତେବେ ଏହି ପାଠ ଶାଳାରେ ସକାଳେ ଦୁଇ ଘଣ୍ଟା ଓ ସନ୍ଧ୍ୟା ସମୟରେ ଦୁଇ ଘଣ୍ଟା ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛତ୍ରୀଙ୍କୁ ଅତିରିକ୍ତ ଶିକ୍ଷା ପ୍ରଦାନ କରାଯିବ। ବର୍ତ୍ତମାନ ସମୟରେ ଶିକ୍ଷା ଅତ୍ୟନ୍ତ ଅର୍ଥ ବହୁଳ ହୋଇ ଯାଇଥିବା ବେଳେ ମୁକ୍ତ ଶିକ୍ଷା ପ୍ରଦାନର ଏହି ପ୍ରୟାସକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି। ଗ୍ରାମ ବାସୀଙ୍କ କହିବା ଅନୁସାରେ ଏଠାରେ ଛାତ୍ର ଛତ୍ରୀଙ୍କୁ ବର୍ତମାନର ଆହ୍ୱାନ ପାଇଁ ପ୍ରସ୍ତୁତ କରିବା ଏହି ପାଠ ଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଆଗାମୀ ଦିନରେ ଏହି ପାଠଶାଲା ଝାରସୁଗୁଡା ସହରର ସମସ୍ତ ସ୍ଲମ ଏରିଆରେ ଖୋଲିବା ପାଇଁ ଲକ୍ଷ୍ୟ ରଖିଥିବା ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ୟୋକ୍ତା ପ୍ରଭାକର ଓରାମ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରୀଓରାମ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର ଓରାମ, ସଂପାଦକ ଗୋବିନ୍ଦ ଓରାମ, କୋଷାଧ୍ୟକ୍ଷ ମୁକେଶ ଓରାମ, ଅଜୟ ଓରାମ, ସପନ ଓରାମ, ଗଣେଶ ଓରାମ, ପ୍ରକାଶ ଦାସ, ସମଲ ଓରାମ, ମନିରାମ ଓରାମ, ଶୀତଳ ଓରାମ,ସବିନା ଓରାମ, ବାଲମତୀ ଓରାମ, ସନ୍ତୋଷୀ ଓରାମ, ସୁଭଦ୍ରା ଓରାମ ପ୍ରମୁଖ ସହଯୋଗ କରିଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done