ଓରିଏଣ୍ଟ ଥାନା ଅଞ୍ଚଳରେ ୨ଟି ସମ୍ପ୍ରଦାୟ ଭିତରେ ହୋଇଥୂବା କଳହ ର ସମାଧାନ ପାଇଁ ଏସଡିପିଓଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ । ଓରିଏଣ୍ଟ ଥାନା ଅଞ୍ଚଳରେ ୨ଟି ସମ୍ପ୍ରଦାୟ ଭିତରେ ହୋଇଥିବା କଳହର ସମାଧାନ ପାଇଁ ବ୍ରଜରାଜନଗର ଏସଡିପିଓଙ୍କ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ବ୍ରଜରାଜନଗର ଏସଡ଼ିପିଓ ଙ୍କ ଅଧକ୍ଷତା ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସମ୍ପ୍ରଦାୟ ର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ଆଲୋଚନାରେ ନିଜ ମତାମତ ଦେଇଥିଲେ । ବ୍ରଜରାଜନଗରରେ ଅଶାନ୍ତି ସୃଷ୍ଟିକାରୀଙ୍କୁ ଆଇନ ଅନୁଯାଇ ଦଣ୍ଡ ବିଧାନ କରାଯିବାର ପ୍ରତିଶୃତି ପୋଲିସ ପକ୍ଷରୁ ଦିଆଯାଇଥୁଲା । ପୂର୍ବରୁ ଯେପରି ଅଞ୍ଚଳରେ ଭାଇଚାରା ରହିଥିଲା ବର୍ତ୍ତମାନ ମଧ୍ୟ ସେହି ଭଳି ଭାଇଚାରା ବଜାୟ ରଖିବା ପାଇଁ ସମସ୍ତେ ଏକ ମତ ହୋଇଥିଲେ । ଏହି ବୈଠକରେ ବ୍ରଜରାଜନଗର ଆଇଆଇସି ଧ୍ବଳେଶ୍ୱର ସାହୁ, ଓରିଏଣ୍ଟ ଆଇଆଇସି କ୍ଷମାସାଗର ନାୟକଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ । ତେବେ ଆଗକୁ ଏପରି କୌଣସି ଅପରାଧିକ ପରିସ୍ଥିତ ଉପୁଜିବ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ପ୍ରତିଶ୍ରୁତି ଦେଇଥିବା ବେଳେ ପୋଲିସ୍ ପକ୍ଷରୁ ମଧ୍ୟ ଏହା ପ୍ରତି ଦୃଷ୍ଟି ଦିଆଯିବ ବୋଲି ସ୍ଥାନୀୟ ଲୋକଙ୍କୁ ଆଶ୍ଵାସନା ଦିଆଯାଇଛି ।
0 Comments