ବସୁନ୍ଧରାରେ ମିଶୁଛି ବିଷାକ୍ତ ପାଣି ଲୋକ ଆତଙ୍କିତ


 ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଚାରୋଟି ପଞ୍ଚାୟତ ଦେଇ ବହି ଯାଇ ଦେଓଗାଁ ନିକଟରେ ଇବ ନଦୀରେ ସଂଯୋଗ ହୋଇଥିବା ବସୁନ୍ଧରା ନଦୀରେ ବହୁଛି ବିଷାକ୍ତ ପାଣି । ଯାହାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ । ସୂଚନା ଯୋଗ୍ୟ ବସୁନ୍ଧରା ନଦୀଟି ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳରୁ ବାହାରିଛି । ଏହି ନଦୀ ଉପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସହ ଝାରସୁଗୁଡ଼ା ବ୍ଲକ୍ ର ରାଜପୁର,ଗୌରମାଲ,ଲୋଇସିଂହ ଏବଂ ଚାନ୍ଦିନୀମାଲ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି । ଦୁଃଖର ବିଷୟ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ବିଭିନ୍ନ କଲ କାରଖାନାର ମନମୁଖୀ କାର୍ଯ୍ୟ ଯୋଗୁଁ ବସୁନ୍ଧରା ନଦୀ ଜଳ ଦୂଷିତ ହେବାରେ ଲାଗିଛି । ପାଣି ରଙ୍ଗ କଳା ରହିବା ସହିତ ଅତ୍ୟଧିକ ଦୂଷିତ ଥିବା କାରଣରୁ ଏହାର ପାଣି ବ୍ୟବହାର କରିବାକୁ ନଦୀ ତଟବର୍ତ୍ତୀ ଗାଁ ଲୋକେ ଡ଼ରୁଛନ୍ତି । ଏପରିକି ଗୋରୁଗାଈ ବ୍ୟବହାର କଲେ କିଛି ଅସୁବିଧା ଘଟି ପାରେ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ଥିବା ବିଭିନ୍ନ କଲ କାରଖାନା ନିର୍ଗତ ବିଷାକ୍ତ ପାଣି ସେହି ଅଞ୍ଚଳରେ ଗଚ୍ଛିତ ହୋଇ ରହିଥାଏ । ଠିକ୍ ଅଦିନିଆ ବର୍ଷା ବା ଲଘୁଚାପ ବର୍ଷା ଯୋଗୁଁ ନଦୀ ପାଣି ଟିକେ ବଢ଼ିଲେ କମ୍ପାନୀ ପକ୍ଷରୁ ଏହି ସମୟରେ ବିଷାକ୍ତ କଳା ପାଣି ନଦୀରେ ଛାଡି ଦେଇଥାନ୍ତି । ଏଣୁ ଗାଁରେ ପିଲାଠୁ ବୟସ୍କ ଅନେକ ଚର୍ମରୋଗ ସହ ଝାଡ଼ା ବାନ୍ତି ଆଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଫଳରେ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଞ୍ଚଳବାସୀ ଏହି ବିଷୟରେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ଉଠୁଛି । ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ଗ୍ରାମବାସୀ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done