ଝାରସୁଗୁଡ଼ା ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ମହିଳା ଓ ପୁରୁଷ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ଜିଲ୍ଲାପାଳ


 ଝାରସୁଗୁଡ଼ା ଜିଲ୍ଲାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ମହିଳା ଓ ପୁରୁଷ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ଜଣାଇଛନ୍ତି  ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ଚୌହାନ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଜିଲ୍ଲାରୁ ୩୯ଜଣ ତୀର୍ଥଯାତ୍ରୀ ବାରାଣସୀ ଓ ଅଯୋଧ୍ୟା ପରିଭ୍ରମଣ କରି ଆସନ୍ତା ୧୩ତାରିଖରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ପର୍ଯ୍ୟଟନ ବିଭାଗ ସହକାରୀ ନିର୍ଦ୍ଦେଶକ ନିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ସାମିଲ ପଶ୍ଚିମ ଓଡ଼ିଶାର ଶ୍ରଦ୍ଧାଳୁ  ତୀର୍ଥଯାତ୍ରୀମାନେ ସ୍ୱତନ୍ତ୍ର ଟ୍ରେନ ଯୋଗେ ସମ୍ବଲପୁରରୁ ଚଳିତ ଅକ୍ଟୋବର ୮ତାରିଖରେ ତୀର୍ଥଯାତ୍ରାରେ ଯିବେ। ତୀର୍ଥଯାତ୍ରୀମାନଙ୍କ ସୁଗମ ଯାତାୟାତ ତଥା ଯାତ୍ରା ସମୟରେ ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ ପାଇଁ ଦୁଇ ଜଣ ଏସକର୍ଟ ଅଫିସର ତୀର୍ଥଯାତ୍ରୀମାନଙ୍କ ସହ ସାମିଲ ହୋଇଥିବା ବିଭାଗୀୟ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ସୁନିଲ ମିଶ୍ର ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done