ଛୁଆଲିବେର୍ଣ୍ଣା ସ୍ଥିତ ଏଏଲପିଏସ କୋଲ ୱାସରୀରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ


 ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦ ଛୁଆଲିବେର୍ଣ୍ଣା ସ୍ଥିତ ଏଏଲପିଏସ କୋଲ ୱାସରୀରକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କଲେ ସ୍ଥାନୀୟ ଲୋକ l ଏଏଲପିଏସ କୋଲ ୱାସରୀ ର ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ ସାଧାରଣ ଲୋକଙ୍କ ଯାତାୟତ ସମ୍ଭବ ହେଉନାହି ବୋଲି ଲୋକେ ଅଭିଯୋଗ କରିବାସହ ବେଲପାହାଡ ବ୍ରଜରାଜନଗର ରାସ୍ତା ଏବଂ ଛୁଆଲବେର୍ଣ୍ଣା ମରଣଯନ୍ତା ପାଲଟିଛି ବୋଲି ଲୋକେ ପ୍ରକାଶ କରିଛନ୍ତି l ଏହାସହ କମ୍ପାନୀର ପ୍ରଦୂଷଣ ଯୋଗୁଁ ଚାଷ ଜମି, ଜଳାଶୟ, ବାୟୁ ପ୍ରଦୂଷଣ ହେଉଛି l ଯାହାଦ୍ୱାରା ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ଏନେଇ କମ୍ପାନୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରି ଛୁଆଲିବେର୍ଣ୍ଣା ଗ୍ରାମବାସୀ ଏବଂ ଅଂଚଳବାସୀ ଆଜି ବୁଧବାର ପୂର୍ବାହ୍ନ ୧୦ ଟା ୩୦ ରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done