ବିଧାୟକ ଙ୍କ ଦ୍ୱାରା ନୂତନ ଅବକାରୀ କାର୍ଯ୍ୟାଳୟର ଶୁଭ ଉଦଘାଟନ


 ଝାରସୁଗୁଡା  ବେହେରାମାଲ ସ୍ଥିତ ନୂତନ କୋର୍ଟ ପାର୍ଶ୍ଵରେ  ନୂତନ ଭାବେ ନିର୍ମାଣ ହୋଇଥିବା  ଜିଲ୍ଲା ଅବକାରୀ ବିଭାଗ କାର୍ଯ୍ୟାଳୟ ର ଉଦଘାଟନୀ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି I  ବିଧାୟକ  ଟଙ୍କଧର ତ୍ରିପାଠୀ  ମୁଖ୍ୟଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ  ଉଦଘାଟନ କରିଥିଲେ I   ଏହି ଅବସରରେ  ଜିଲ୍ଲାରେ ବେଆଇନ ଭାବେ ଚାଲିଥିବା ମଦ ବିକ୍ରୀକୁ ସମ୍ପୂର୍ଣ ରୂପେ ବନ୍ଦ କରିବା  ପାଇଁ ଅବକାରୀ ବିଭାଗ ଅଧିକାରୀଙ୍କୁ ପ୍ରୟାଶ କରିବାକୁ କହିଥିଲେ I  ଏହାସହ ଜିଲ୍ଳାର ଜନସାଧାରଣ ଙ୍କ ପ୍ରତି ଦାଇତ୍ୱବୋଧ ଓ ପାରଦର୍ଶିତା ପ୍ରତି ଏହି କାର୍ଯ୍ୟାଳୟ  ଜିଲ୍ଲାବାସୀଙ୍କୁ ଏକ ସୁଶାସନ ପ୍ରଦାନ କରିବ ବୋଲି ବିଧାୟକ ତ୍ରିପାଠୀ ମଟପ୍ରକାଶ କରିଥିଲେ I  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ  ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ,  ଡିଏଫଓ   ଅଶୋକ ମାନୁ ଭଟ,  ଅବକାରୀ ଏସପି ପ୍ରଭାତ କୁମାର ସେଠି,  ଇନ୍ସପେକ୍ଟର  ସେଲି ଏକ୍କା,  ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟ,  ଝାରସୁଗୁଡା ମଣ୍ଡଳ ସଭାପତି  ହେମ ରଞ୍ଜନ ସିଂ, ବବୁଲୁ ସିଂ, ଯୁବ ମୋର୍ଚା ସଭାପତି ବିବେକ ଶ୍ରୀବାସ ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done