ଲେବର ରୁମ୍ ରେ ପ୍ରସୂତି ଙ୍କ ମୃତ୍ୟ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚାପା ଉତ୍ତେଜନା। ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇ ଥିବା ବେଳେ ମୃତକ ଙ୍କ ପରିବାର ଲୋକ ମେଡିକାଲ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ବିମାନ ବନ୍ଦର ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକ ଙ୍କୁ ବୁଝା ସୁଝା କରିବା ସହ ମୃତ ଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝାରସୁଗୁଡ଼ା, ଲଇକେରା ଭାତଲଇଡ଼ା ଗାଁ ର ସୁଧାଂଶୁ ଭୋଇ ଙ୍କ ସ୍ତ୍ରୀ ଗୋମତୀ ସାହୁ ଙ୍କ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଲେବର ରୁମ୍ କୁ ନିଆ ଯିବା ସହ ତାଙ୍କ ଅସ୍ତ୍ରୋପଚାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରେ ଗୋମତୀ ଆଉ ଉଠି ନ ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଆନେସ୍ଥିଶୀୟା ଇଞ୍ଜେକସନ ରେ ଭାଗ ମାପ ଠିକ୍ ନ ରହିବା କାରଣରୁ ଗୋମତୀ ଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଇଛି । କିନ୍ତୁ ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର MLC ରେ ଦର୍ଶାଇଛନ୍ତି। ମେଡିକାଲ କର୍ମଚାରୀ ଙ୍କ ଭୁଲ ଯୋଗୁଁ ପ୍ରସୂତି ଙ୍କ ମୃତ୍ୟୁ ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
0 Comments