ଝାରସୁଗୁଡା ଜିଲ୍ଲା ମରାକୁଟାରେ ଥିବା ଓଡିଶା ମେଟାଲିକ କମ୍ପାନୀ ର ପାଉଁଶ ଗଦା ଭୁଶୁଡିବା ଘଟଣା ର ପୁନଃ ତଦନ୍ତ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି |ଗ୍ରାମବାସୀ ମାନେ ଏନେଇ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେବା ସହ ଅଭିଯୋଗ କରିଛନ୍ତି ଯେ ଗତ ଜୁଲାଇ ୧୪ ତାରିଖ ରେ ଓଡିଶା ମେଟାଲିକ କମ୍ପାନୀ ର ପାଉଁଶ ଗଦା ଭୁଶୁଡି ଲୋକ ଙ୍କ ଚାଷ ଜମି ରେ ମାଡିଯିବା ସହିତ ସ୍ଥାନୀୟ ଅଂଚଳ ର ପାଣି କୁ ମଧ୍ୟ ପ୍ରଦୂଷିତ କରି ପକାଇଥିଲା |ଉକ୍ତ ସମୟ ରେ ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଓ ତହସିଲଦାର ଙ୍କୁ ଘଟଣା ର ତଦନ୍ତ ପାଇଁ ଅଭିଯୋଗ କରାଯାଇଥିଲା |ତଦନ୍ତ ପରେ ପ୍ରଦୂଷଣ ବୋର୍ଡ ପକ୍ଷ ରୁ ଏକ ତଦନ୍ତ ରିପୋର୍ଟ ପ୍ରକାଶ କରାଯାଇଥିଲା ହେଲେ ପ୍ରଦୂଷଣ ବିଭାଗର ତଦନ୍ତ ସନ୍ଦେହ ଜନକ ଥିବାରୁ ଏହାର ପୁନଃ ତଦନ୍ତ କରାଯାଉ ବୋଲି ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଦାବି କରିଛନ୍ତି l
0 Comments