ଆଜି ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛର୍ଲା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଶିଶୁ ମାନଙ୍କୁ ବିଦ୍ୟାଳୟ ନାମ ଲେଖା କରି ମୁଖ୍ୟସ୍ରୋତରେ ସାମିଲ କରି ନିରକ୍ଷର ଦୁରୀକରଣ ପାଇଁ ଗ୍ରାମ ରେ ଶୋଭା ଯାତ୍ରା କରାଯାଇଛି l ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପଧାନ ଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ଆସ ସ୍କୁଲ ଯିବା ମହତ୍ ଯୁଗୋପଯୋଗୀ ବିଷୟରେ ଅବଗତ କରାଯଇଥିଲା। ପରେ ସରଣ୍ଡାମାଲ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ରାଜେଶ୍ୱର ସିଂହ ,ୱ୍ଆର୍ଡ ସଭ୍ୟା ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣିମା ଓରାମ୍, ସମାଜ ସେବୀ ଭାଗିରଥି ପ୍ରଧାନ ଶିଶୁ ଶିକ୍ଷକ ସହ ଯୋଗ ଦେଇ ଯୋଗ ଦେଇ ଆସ ସ୍କୁଲ ଯିବା ଶୋଭା ଯାତ୍ରା ସାମିଲ ହୋଇ ଥିଲେ। ପିଲା ମାନେ ଫ୍ଲାଇ କାର୍ଡ ଧରି ଆସ ସ୍କୁଲ ଯିବା ଆମ ଭବିଷ୍ୟତ ଆମେ ଗଢିବା କହି ସାରା ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମ ରେ ଗ୍ରାମ ବାସୀ ମଧ୍ୟ ସ୍ଵାଗତ କରାଯଇଥିଲା ଶିକ୍ଷକ ତରୁଣ କୁମାର ରାଉତ ଶୋଭା ଯାତ୍ରା ଦାୟିତ୍ଵ ଥିବା ବେଳେ ଶ୍ରୀମତୀ ବାସନ୍ତୀ ବା ଗେ ସ୍ଲୋଗାନ୍ ଦେଇଥିଲେ। ଘର ଘର ବୁଲି ଯେପରି ଅପାଠୁଆ ରହିବେ ନାହିଁ କଥା ବୁଝାଇଥିଲେ।
କାର୍ଯ୍ୟକ୍ରମ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଣତି ଦେହୁରୀ ଧନ୍ୟବାଦ ଓ ସଚିଦାନଁଦ ପ୍ରଧାନ ସହଯୋଗ କରିଥିଲେ ।
0 Comments