ସାହାଜବାହାଲ ସ୍ଥିତ JSW ଉତ୍କଳ ଏନର୍ଜି ଲିମିଟେଡ୍ ଦ୍ଵାରା ଜନବସତି ମଧ୍ୟରେ ରେଲୱେ ସାଇଡ଼ିଂ କୁ ବନ୍ଦ୍ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ଆଜି ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଝାରସୁଗୁଡା ଜିଲ୍ଲା ସାହାଜବାହାଲ ଠାରେ ଥିବା JSW ଉତ୍କଳ ଏନର୍ଜି ଲିମିଟେଡ୍ ଦ୍ଵାରା ଜନବସତି ମଧ୍ୟରେ ରେଲୱେ ସାଇଡିଂ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏହି ରେଲୱେ ସାଇଡିଂ ନିର୍ମାଣ ଯୋଗୁଁ ସ୍ଥାନୀୟ ଲୋକଙ୍କୁ ଅନେକ ଅସୁବିଧା ହେବ । ଜେଏସଡବ୍ଲୁ କମ୍ପାନୀ ତେଲେନପାଲି, କୁଣ୍ଡାଲୋଇ ଓ ଦଳଗାଁ ପଞ୍ଚାୟତର ଜନବସତି ନିକଟରେ ଏକ ରେଲେୱେ ସାଇଡିଙ୍ଗ ରାସ୍ତା ସମ୍ପ୍ରସାରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଉକ୍ତ ପ୍ରକଳ୍ପ ୫୦୦ମିଟର ଏରିଆ ଦୂରତା ମଧ୍ୟରେ ସେଣ୍ଟମେରି ସ୍କୁଲ, ତେଳେନପାଲି ଓ ନେଗିପାଲି ପ୍ରାଥମିକ ବିଦ୍ୟାଳୟ ଅଛି । ଏହା ନିକଟରେ ଦଳଗାଁ, ତେଳେନପାଲି, କୁଣ୍ଡାଲୋଇ ପଞ୍ଚାୟତର ୩ଟି ପୋଖରୀ ରହିଛି । ଏହା ଉପରେ ହଜାର ହଜାର ଗ୍ରାମବାସୀ ସଂମ୍ପୂର୍ଣ୍ଣ ନିର୍ଭର କରୁଛନ୍ତି । ଏମସିଏଲ ଖଣି ଅଞ୍ଚଳରୁ ଟ୍ରକ ମାଧ୍ୟମରେ ଯେଉଁ କୋଇଲା ପରିବହନ ହେବ, ପଲାସମୁଣ୍ଡା, କୁଶରାଲୋଇ, କଣ୍ଟା ଝରିଆପଡ଼ା, ଚେରକଟା ଗ୍ରାମ, ମଧ୍ଯରେ ଏବଂ ଓପିଜିସିର ଇବ୍ ତାପଜ ବିଦ୍ୟୁତ କେନ୍ଦ୍ର ଓ ବନ୍ଧ ବାହାଲ ମୁଖ୍ୟ ସଂଯୋଗ ରାସ୍ତା ଓ ଜିଲ୍ଲା ମହକୁମାକୁ ଯିବାପାଇଁ ଏକ ମାତ୍ର ରାସ୍ତା ଅଟେ I କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ଉକ୍ତ ରାସ୍ତାରେ ଯାତାୟାତ କରନ୍ତି । ହୀରାକୁଦ ଜଳଭଣ୍ଡାରକୁ ଉକ୍ତ ସାଇଡିଙ୍ଗର ବର୍ଯ୍ୟବସ୍ତୁ ଓ କୋଇଲା ଗୁଣ୍ଡ ସିଧା ନାଲ ମଧ୍ଯମରେ ଯାଇ ମିଶିବ । ଏହାଦ୍ବାର ଅଞ୍ଚଳର ବଡ଼ ପୋଖରୀ ମଧ୍ୟ ଏହି ପାଣି ଦ୍ବାରା ଦୂଷିତ ହେବ । ନିକଟରେ ତେଳେନପାଲି, ଫଲସାମୁଣ୍ଡା, କଣ୍ଟା ଝରିଆପଡ଼ା, ଚେରକଟା, ନୂଆ କେରୁଆଲବାହାଲ, ନେଗୀପାଲି ବସତି ଉକ୍ତ ଅଞ୍ଚଳରେ ୨୫୦ଏକର ଉର୍ବର ଚାଷ ଜମି ଅଛି, ତାହା ମଧ୍ୟ ପ୍ରଭାବିତ ହେବ । ୨୦୦ ରୁ ଅଧିକ ଗଛ ନଷ୍ଟ ହେବା ର ସମ୍ଭାବନା ଅଛି । ୧୦ ବର୍ଷ ତଳେ ଇଣ୍ଡବାରାତ କମ୍ପାନୀ ଉକ୍ତ ସ୍ଥାନରେ ସାଇଡିଙ୍ଗ ପାଇଁ କାମ ଆରମ୍ଭ କରିଥିଲା କିନ୍ତୁ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ତାହା କୁ ବନ୍ଧ କରାଯାଇଥିଲା । ଇଣ୍ଡବରାତ କମ୍ପାନୀକୁ ଜେଏସବ୍ଲ୍ୟୁ ଅଧିଗ୍ରହଣ କରିବା ପରେ ର ପୁଣି ଉକ୍ତ ଜନ ଗହଳି ସ୍ଥାନରେ ପୁଣି ରେଲେୱେ ସାଇଡିଙ୍ଗ କରିବା ପାଇଁ ଯୋଜନା କରୁଛି । ଅଞ୍ଚଳବାସୀଙ୍କ ସ୍ୱାର୍ଥକୁ ଦେଖି,ପ୍ରଦୂଷଣକୁ ଆଖି ଆଗରେ ରଖି ଏହି ରେଲୱେ ସାଇଡିଂ କାର୍ଯ୍ୟକୁ ବନ୍ଦ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ୍ କରିଛନ୍ତି ।
0 Comments