ଝାରସୁଗୁଡା ଜିଲ୍ଲା ଯୁବକଂଗ୍ରେସ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଓ ଆନ୍ତର୍ଜାତିକ କ୍ରିକେଟ ପରିଷଦ ର (ICC)ଅଧ୍ୟକ୍ଷ ଜୟ ସାହାଙ୍କ କୁଶ ପୁତ୍ତଳିକା ଦାହ


 ପହେଲଗାଁଓ ରେ ଆତଙ୍କବାଦୀ ଆକ୍ରମଣରେ 26ଜଣ ଭାରତୀୟ ନିହତ ହେବାର ଦୁଃଖ, କ୍ଷୋଭ ଓ ପାକିସ୍ତାନ ବିରୋଧରେ ସମଗ୍ର ଦେଶବାସୀଙ୍କ ଆକ୍ରୋସ ଜନସାଧାରଣଙ୍କ ମନରୁ ଲିଭି ନ ଥିବା ବେଳେ ଏସିଆକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ କ୍ରିକେଟ ମ୍ୟାଚ ପାଇଁ କେନ୍ଦ୍ରର ବିଜେପି ସରକାର ଭାରତୀୟ ଦଳକୁ ଅନୁମତି ଦେଇଥିବରୁ ବିଜେପି ସରକାର ବିରୋଧରେ ପ୍ରଦେଶ ୟୁବ କଂଗ୍ରେସର ନିର୍ଦେଶ କ୍ରମେ ଆଜି ତା ଅପରାହ୍ନ 5ଘ ସମୟରେ ଝାରସୁଗୁଡା ଜିଲ୍ଲା ଯୁବକଂଗ୍ରେସ ତରଫରୁ ସ୍ଥାନୀୟ ପୁରୁଣାବସଷ୍ଟାଣ୍ଡ ଗାନ୍ଧୀମୂର୍ତ୍ତି ସମ୍ମୁଖରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଶ୍ରୀ ଅମିତ ସାହା ଓ ଆନ୍ତର୍ଜାତିକ କ୍ରିକେଟ ପରିଷଦ ର (ICC)ଅଧ୍ୟକ୍ଷ ଶ୍ରୀ ଜୟ ସାହାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲାl    ଝାରସୁଗୁଡା ଜିଲ୍ଲା ଯୁବ କଂଗ୍ରସର ସଭାପତି ଶାହରୁଖ ଖାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ଆଦର୍ଶ ଗାନ୍ଧୀ, ରାହୁଲ ଠାକୁର, ତପନ ଦେ, ଅବିନାଶ ଠାକୁର, ରାହିଲ ଅଲ୍ଲୀ, ଆକାଶ ଦୀପ, ପ୍ରଶାନ୍ତ ତ୍ରିପାଠୀ, ଶୁକଦେବ ବାଗ ପୂନ୍ୟବାନ ନାୟକ ଦେବେନ୍ଦ୍ର ସ୍ୱାଇଁ, ଅନିଲ କର  ଅନେକ ଯୁବ କଂଗ୍ରେସ କର୍ମୀ ଅଂଶଗ୍ରହଣ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done