ପଞ୍ଚପଡା ଶିଶୁ ବିକାଶ ବିଦ୍ୟାମନ୍ଦିର ପରିସରରେ ଶତାଧିକ ପିତାମାତାଙ୍କୁ ନେଇ ଏକ ପିତୃ ମାତୃ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଆଇନ ଜୀବି ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ପଢିଆରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ ।ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ସମ୍ପାଦକ ଦିଗାମ୍ବର ମାଝୀ, ପ୍ରଧାନ ଆଚାର୍ଯ୍ୟ ମମତା ସିଂହ, କୋଷାଧକକ୍ଷା ପ୍ରିୟଙ୍କା ସାହୁ ଆଦି ଉପସ୍ଥିତ ରହି କର୍ମଶାଳାକୁ ଆଗେଇ ନେଇଥିଲେ ।ବିଦ୍ୟାଳୟର ଅନୁଭବୀ ଆଚାର୍ଯ୍ୟା ମନ୍ଦାକିନୀ ମାକର ମଞ୍ଚାସୀନ ଅତିଥି ପରିଚୟ ରଖିଵା ସହିତ ଶିବିରରେ ଗୁଣାତ୍ମକ ଶିକ୍ଷାର ବିକାଶ ଉପରେ ମନ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶିକ୍ଷାର ପ୍ରସାର ପାଇଁ ମାତୃଜାତିର ଭୂମିକା ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବ୍ୟକ୍ତବ୍ୟରେ କହିଥିଲେ ।ଚନ୍ଦ୍ରିକା କିସାନ, ବୀଣାପାଣି ପ୍ରଧାନ, ମୈଥିଲି ସାହୁ, ବୀନୀ ସାହୁ, କୁସୁମ ନଈ ଆଦି କାର୍ଯ୍ୟକ୍ରକୁ ପରିଚାଳନା କରିଥିଲେ ।ଉକ୍ତ ଶିବିରରେ ତପନ ମିଶ୍ର, ପ୍ରେମାନନ୍ଦ ପଟେଲ, ରଶ୍ମିତା ପଟେଲ, ଲବ ଖଟୁଆ, ଗୀତାଞ୍ଜଳି ନାଏକ ଆଦି ଅଭିଭାବକ /ଅଭିଭାବିକା ଶିକ୍ଷାର ପ୍ରସାର ପାଇଁ ନିଜର ନିଜସ୍ୱ ମତାମତ ରଖିଥିଲେ ।ପରିଶେଷରେ ବିଦ୍ୟାଳୟର ଆଚାର୍ଯ୍ୟା ରଞ୍ଜିତା ନାଏକ ଧନ୍ୟବାଦ ଦେଇଥିଲେ ।
0 Comments