କେଛୋବାହାଲ ଗ୍ରାମରେ ଫୁଟବଲ୍ ପ୍ରତଯୋଗିତା


 ଝାରସୁଗୁଡ଼ା ଜିଲ୍ଲା ଚାନ୍ଦିନୀମାଲ ପଞ୍ଚାୟତ ଅଧୀନ କେଛୋବାହାଲ ଗ୍ରାମରେ ଏକଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ନଏସଗୁଡ଼ା ସହିତ ଅମିତ୍ ଏକାଦଶ ସୁନ୍ଦରଗଡ଼ ଦଳ ମଧ୍ୟରେ ହୋଇଥିଲା । ଏଥିରେ ନଏସଗୁଡ଼ା ଟିମ୍ ଟ୍ରାଇବ୍ରେକର ଜରିଆରେ ୪ - ୩ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷର ଚମ୍ପିୟାନ ହୋଇଛି । ପୁରସ୍କାର ବିତରଣୀ ଉତ୍ସବରେ ଚାନ୍ଦିନୀମାଲ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର,ପୂର୍ବତନ ଜିଲ୍ଲା ପରିଷଦ ହର୍ଷ ଜଗତ,ପୂର୍ବତନ ରାଜପୁର ସମିତି ସଭ୍ୟ ଗଣେଶ ବାଗ,ଡୋଲାମଣି ପଟେଲ,ସମାଜସେବୀ ସଞ୍ଜୟ ସାଏ,ଟହଲୁ ସାହୁ,ଜୟନଦ ସା, ନୃପଲାଲ ସାଏ,ଆଲୋକ ପଟେଲ,ବିମଳ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥି ମାନେ ଚାମ୍ପିଅନ ନଏସଗୁଡ଼ା ଦଳକୁ ଟ୍ରଫି ସହିତ ୧୫,୦୦୦ ହଜାର ଟଙ୍କା ଓ ଉପବିଜେତା ଅମିତ୍ ଏକାଦଶ ସୁନ୍ଦରଗଡ଼ ଦଳକୁ ଟ୍ରଫି ସହିତ ୧୦,୦୦୦ ଟଙ୍କା ପ୍ରଦାନ କରିଥିଲେ । ଯଦୁମଣି ନାଏକ,ଟାରଜନ ବିଶ୍ଵାଳ ଓ ଅରୁଣ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ରୂପକ ନେଟୀ ଓ ନରେଶ ନାଏକ ମଞ୍ଚ ପରିଚାଳନା କରିଥିଲେ । ଦେବାର୍ଚ୍ଚନ ଧୂରୁଆ ମ୍ୟାଚ୍ ର ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜନ ବୀଣାପାଣି କ୍ଲବ୍ ର ସଦସ୍ୟ ଆୟୁଷ ଭୋଇ,ରୋହନ ରକସା,ମନ ପ୍ରଧାନ,ବିବେକ ପ୍ରଧାନ,ସୋନୁ ପ୍ରଧାନ,ଅମନ୍ ନେଟୀ,ଅଜୟ ଖଡ଼ିଆ,ସୁମିତ ମାଝୀ,ଝସକେତନ ସା,ସୁରଜ୍ ରୋହିଦାସ,ଗୌରବ ମାଝୀ,ସୁରଜ୍ ନେଟୀ,ଘନ ସା,ଖୁଳନ ମିଶ୍ର,ସତ୍ୟମ୍ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done