ଆଜି ସାରା ଦେଶ ପାଳନ କରୁଛି ସ୍ବାଧୀନତାର ୭୯ ବର୍ଷ । ଆଉ ସ୍ଵାଧୀନତା ଏହି ୭୯ ବର୍ଷ ପଦାର୍ପଣ ରେ ଲୋକଙ୍କ ମଧ୍ୟରେ ରହିଛି ହସ ଓ ଉଦ୍ଦୀପନା । ଆଉ ଭାରତ ସ୍ଵାଧିନତା ଏହି ୭୯ ବର୍ଷରେ ପ୍ରଭୁ ଶ୍ରୀକୁଷ୍ଣଙ୍କ ଜନ୍ମ ଦିବସ ମଧ୍ୟ ଆସିଛି । ଆଉ ଏହି ଅବସରରେ ଶିଶୁ ବିକାଶ ବିଦ୍ୟାମନ୍ଦିର ପଞ୍ଚପଡ଼ା ପ୍ରାଙ୍ଗଣରେ ବଡ ଧୁମ୍ ଧାମରେ ସ୍ବାଧୀନତା ଦିବସ ଓ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶିଶୁ ଭାଇଭଉଣୀଙ୍କ ସହିତ ଶତାଧୂକ ଅଭିଭାବକ/ଅଭିଭାବିକା ତଥା ଶୁଭକାଂକ୍ଷୀ ଉପସ୍ଥିତ ଥିଲେ । ମାନନୀୟା କାଉନସିଲର ଶ୍ରୀମତୀ ପ୍ରତିମା ଭଇଁଷାଲ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବରେ ପତାକା ଉତ୍ତୋଳନ କରିଥିବାବେଳେ ମୁଖ୍ୟ ଅତିଥ୍ ସ୍ମିତାରାଣୀ ଦଳେଇ “ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ" ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀକୃଷ୍ଣଙ୍କ ଝୁଲଣ ଉତ୍ସବ ତଥା ଦଧୂହାଣ୍ଡି ଭଙ୍ଗ କାର୍ଯ୍ୟରେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ଅତିଥୂ ପରିଚୟ ରଖୁଥିବା ବେଳେ' ଆଚାଯ୍ୟା ମନ୍ଦାକିନୀ ମାକର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସ୍ବାଧିନତା ଦିବସ ଏବଂ ଜନ୍ମାଷ୍ଟମୀ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ମୁଖ୍ୟ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ତାଙ୍କ ଭବିଷ୍ୟତ ପାଇଁ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।
0 Comments