ଆନ୍ଦୋଳନରତ ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖାର ସମସ୍ତ ସଦସ୍ୟ ଙ୍କୁ ଭେଟି ତାଙ୍କ ଦାବି ଶୁଣିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ।


 ଆନ୍ଦୋଳନରତ ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖାର ସମସ୍ତ ସଦସ୍ୟ ଙ୍କୁ ଭେଟି ତାଙ୍କ ଦାବି ଶୁଣିଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ।
ଓଡିଶା ରାଜସ୍ବ ଅମଲା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ସମୂହ ଛୁଟି ଆନ୍ଦୋଳନ କରୁଥିବା ସମସ୍ତ ଅମଲା ସଦସ୍ୟ ମାନଙ୍କୁ ଭେଟି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ  ଆଲୋଚନା କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ମନ୍ତ୍ରୀସ୍ତରୀୟ କର୍ମଚାରୀଙ୍କ ପ୍ରାରମ୍ଭିକ ଦରମା ବୃଦ୍ଧି କରାଯାଉ, ସମସ୍ତ ଜିଲ୍ଲା କଲେକ୍ଟରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଆଧାରରେ, ନୂତନ ପଦବୀ ସୃଷ୍ଟି କରାଯାଉ, ନୂତନ ପେନସନ ଯୋଜନା ଉଚ୍ଛେଦ କରାଯାଇ ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ ଯୋଜନାର ଅନ୍ତର୍ଭୁକ୍ତ କରା ଯିବା ଉଚିତ୍ ବୋଲି ସେମାନେ ଦାବି କରିଛନ୍ତି। ଏହାକୁ ନେଇ ଓଡିଶା ରାଜସ୍ବ ଅମଲା ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମୂହ ଛୁଟି ରେ ଯାଇ ଆନ୍ଦୋଳନ ଆରମ୍ଭ କରାଯାଇଥିଲା। ତେବେ ବିଧାୟକ ଟଙ୍କଧର ତ୍ରିପାଠୀ ସେମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ଗୁଡିକୁ ନେଇ ସରକାରଙ୍କ ପାଖରେ ଆଲୋଚନା ହେବ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ ବୋଲି କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done