ସରବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ୭୯ତମ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ


 ସରବାହାଲ ଶିଶୁ ମନ୍ଦିରରେ ୭୯ତମ ସ୍ଵାଧୀନତା ଦିବସ ଓ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ସୁବାସ ମିଶ୍ର ପବିତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ର ଗଠନ କରି ରାଷ୍ଟ୍ର ନିର୍ମାଣ  ରେ  ନିୟୋଜିତ କରିବାପାଇଁ ତାଙ୍କ ଅଭିଭାଷଣରେ କହିଥିଲେ । ଶିଶୁ ପ୍ରାରମ୍ଭରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୫୪୦ ଜଣ ଶିଶୁ ରାଧାକୃଷ୍ଣ, ବଳରାମ, ନନ୍ଦ ଯଶୋଦା, ବସୁଦେବ, ଦେବକୀ, ସୁଦାମା, କଂସ ବେଶରେ ଅଭିନୟ କରିଥିଲେ। ଛାତ୍ରଛାତ୍ରୀମାନେ ବିଭିନ୍ନ ସାମୁହିକ କାର୍ଯ୍ୟକ୍ରମ ଯଥା- ସମ୍ବଲପୁରୀ,ନୃତ୍ୟ ସହିତ ଗୀତ ଓ ଶ୍ରୀକୃଷ୍ଣଙ୍କ ଭଜନ ଓ ନୃତ୍ୟ ଗୋପାଳ ଓଗାଳ "ଲଉଡି ଖେଳ "ଦେଶାତ୍ମବୋଧକ ଗୀତ ଓ ନୃତ୍ୟ ପରିବେଷଣ କରିବା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ଭାଇମାନେ ଦଧିହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମ କରିଥିଲେ। ପରିଚାଳନା ସମିତିର ସଭାପତି ଡ.ସରୋଜ କୁଅଁର, ସମ୍ପାଦକ ସୁବ୍ରତ ତ୍ରିପାଠୀ,ଉପସଭାପତି କୃଷ୍ଣଚନ୍ଦ୍ର ସାହୁ, ପ୍ରଶାନ୍ତ ଦାଶ, ପବିତ୍ର ଜାତୀୟ ପତାକାକୁ ଧ୍ଵଜସଲାମି ଦେଇଥିଲେ ଏବଂ ଲଡୁ ଗୋପାଳଙ୍କୁ ଦୋଳିରେ ଝୁଲାଇଥିଲେ । ପ୍ରଧାନ ଆଚାର୍ଯ୍ୟବିଜୟ କୁମାର ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ଭଉଣୀ ନୟନିକାରଣା,ସୃଷ୍ଟି ନନ୍ଦିନୀ ପଶାୟତ,ଡିଲେଶ୍ବରୀ ସାହୁ ଶ୍ରୀକୃଷ୍ଣ ଭଜନ ଗାନ କରିଥିଲେ।ବରିଷ୍ଠ ଆଚାର୍ଯ୍ୟା ସଂଯୁକ୍ତା ମେହେର ସଞ୍ଚାଳନ, ମିନାକ୍ଷୀ ପଣ୍ଡା ସଂଜୋ ଜନା ଓ ମିଲା ରାଣୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ତେଜରାଜ ସାହୁ, ମମତା ରାଉଳ, ସରିତା ପଣ୍ଡା,ଜ୍ୟୋତି ନାଏକ, କବିତା ପଟେଲ,ସଯୁକ୍ତା ସିଂ, ରୁଚି କାଲେ।,ନୀତୁ  ନା ଏକ, ସଂଜୁ ପଟେଲ ସେବିକା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done