ଲଖନପୁର ଖଣିକ୍ଷେତ୍ର ହିଲଟପ ଠିକା କମ୍ପାନୀ ରେ କର୍ମଚାରୀ ମାନଙ୍କ ଆନ୍ଦୋଳନ। ପ୍ରତିଶ୍ରୁତି ଦେଇ ଶ୍ରମିକ ମାନଙ୍କୁ ଠକି ଚାଲିଛି ହିଲଟପ କମ୍ପାନୀ।

ପୂର୍ବ ପ୍ରତିଶୃତି ମୁତାବକ ଏଚପିସି ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ କମ୍ପାନୀ କର୍ତ୍ତୃପକ୍ଷ ପ୍ରଦାନ କରୁନଥିବାରୁ ଲଖନପୁର ଖଣିକ୍ଷେତ୍ର ହିଲଟପ ଠିକା କମ୍ପାନୀ ବିରୁଦ୍ଧରେ କର୍ମଚାରୀ ମାନେ ଆନ୍ଦୋଳନ କରିଛନ୍ତି। ଡ୍ରାଇଭର, ହେଲ୍ପର ଏବଂ ସୁପରଭାଇଜରମାନେ  କମ୍ପାନୀ ସାମ୍ନାରେ ଗାଡି ଛିଡା କରି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଠିକା ସଂସ୍ଥା ପକ୍ଷରୁ ୩୦ ଅଗଷ୍ଟ ସୁଦ୍ଧା ଏନ୍‌ପିସି ଦରମା, ପେମେଣ୍ଟ ସ୍ଲିପ ଦେବାକୁ ଏଗ୍ରିମେଣ୍ଟ ହୋଇଥିଲେ ହେଁ ଶ୍ରମିକଙ୍କ ଦାବି ମୁତାବକ କୋଲ-ଇଣ୍ଡିଆ ଏଚ୍ପିସି ୱେଜେସ ଦରମା ନିୟମ ହିଲଟପ କମ୍ପାନି ଉଇଙ୍ଘନ କରିଆସୁଛି। ସେହି କ୍ରମରେ କମ୍ପାନି ବର୍ଷକୁ ଶ୍ରମିକଙ୍କ ଦରମାରୁ କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। ଅନ୍ୟପକ୍ଷରେ କମ୍ପାନୀ ସ୍ଥାନୀୟ ନିଯୁକ୍ତି ମାତ୍ର ୧୫% ଦେଇଥିବା ବେଳେ ୮୫% ବାହାର ରାଜ୍ୟରୁ ଶ୍ରମିକ ଆଣି ଦୁଇଟି କ୍ୟାମ୍ପରେ ରଖି କାମ କରାଉଛି, ଯାହା ସ୍ଥାନୀୟ ଶ୍ରମିକ କର୍ମଚାରୀ ମାନଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆନ୍ଦୋଳନ କାରି ଶ୍ରମିକ ମାନେ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done