ଝାରସୁଗୁଡାର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଛନ୍ତି। ସୁନ୍ଦରଗଡର ଭସ୍ମା ସ୍ଥିତ ଇବ ନଦୀସେତୁ ଝାରସୁଗୁଡାର ଖେରୁଆଳ ଇବ ନଦୀ ସେତୁ ସଂଯୋଗ କରୁଥିବା ଇବ ନଦୀ କୂଳରେ ଏକ ରିଙ୍ଗ ରୋଡ଼ ନିର୍ମାଣ ପାଇଁ ଏକ ଚିଠି ପ୍ରଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।ଏହି ରିଙ୍ଗ ରୋଡ ନିର୍ମାଣ ହେଲେ ଆଞ୍ଚଳିକ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜନବସତି ଓ ଚାଷ ଜମିକୁ ବନ୍ୟା ବିପଦରୁ ରକ୍ଷା କରିବ ଏବଂ ଦୁଇ ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ସ୍ଥାୟୀ ସହରାଞ୍ଚଳ ବିକାଶ ପାଇଁ ଏକ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ ବୋଲି ଚିଠି ରେ ବିଧାୟକ ଉଲ୍ଲେଖ କରିଛନ୍ତି।ବର୍ତ୍ତମାନ ଧୀରେ ଧୀରେ ଇବ ନଦୀ କୂଳ ଲଙ୍ଗିବା ଆରମ୍ଭ ହୋଇଛି।ଯାହା ଫଳରେ ଅନେକ ଚାଷ ଜମି ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି।ତାହା ସହିତ ଚଳିତ ବର୍ଷ ଇବ ନଦୀରେ ବନ୍ୟା ଯୋଗୁଁ ବହୁ ଚାଷ ଜମିରେ ପାଣି ମାସିଯାଇଥିଲା ।ଯାହା ଫଳରେ ଏକଡ଼ ଏକଡ଼ ଚାଷ ଜମି କ୍ଷତି ହୋଇଥିଲା।ଅନ୍ୟପଟେ ବିଜୁ ଏକ୍ସପ୍ରେସ ୱେ ରେ ପ୍ରତେକ ଦିନ ବହୁ ଭାରି ଯାନ ଯିବା ଆସିବା ଦ୍ଵାରା ଟ୍ରାଫିକ ସମସ୍ୟା ଦେଖାଦେଉଛି।ତେବେ ଏହି ପ୍ରକଳ୍ପ ଯଦି କାର୍ଯ୍ୟକାରୀ ହୁଏ ଚାଷ ଜମି ଗୁଡିକ କ୍ଷୟକ୍ଷତି ରୁ ବଞ୍ଚିବା ସହିତ ଟ୍ରାଫିକ ସମସ୍ୟା ଦୂର ହୋଇପାରିବ।
0 Comments