ପ୍ରତିବାଦ ସଭା ଓ ସ୍ମାରକ ପତ୍ର ପ୍ରଦାନ ।ଝାରସୁଗୁଡା ବୀମା କର୍ମଚାରୀ ସଂଘ ଓ ଓଡିଶା ଏଲଆଇସି ପେନସନର୍ ସଂଘ ତରଫରୁ ଏଲଆଇସି ଅଫିସ ସାମନାରେ ଧାରଣା ଓ ପିକେଟିିଙ୍ଗ ।
ଝାରସୁଗୁଡା: ଆଜି ଝାରସୁଗୁଡା ବେହେରାମାଲ ସ୍ଥିତଏଲଆଇସି ଅଫିସ ସାମନାରେ ଏକ ଧାରଣା ସଭା ଅନୁଷ୍ଠିତ ହୋଇଯାଇଛିି ଜଗଦେଶ୍ବର ନାୟକଙ୍କ ଅଧ୍ୟକ୍ଷତାରେ। ଧାରଣା ସଭାରେ ସାଥି ଅରୁଣ ଚଇନି,ବେଦବ୍ୟାସ ଭୋଇ,କୃପାସିନ୍ଧୁ ମିଶ୍ର, ଓ ରତ୍ନାକରପ୍ରଧାନ ଉପସ୍ଥିତ ରହି କହିଲେ-ଆଜିର ଧର୍ମଘଟ ଏକ ଇତିହାସିକ ଧର୍ମଘଟ।ଏହି ଧର୍ମଘଟରେ ସର୍ବ ଭାରତୀୟ ସ୍ତରରେ ବୀମା,ବ୍ୟାଙ୍କ,କୋଇଲା ଖଣି,ଲୌହଶିିଳ୍ପ,ସ୍କିମଓ୍ବାର୍କର,ଆଙ୍ଗନବାଡି ଓ୍ବାର୍କର,ପୋଷ୍ଟ ଅଫିସ ଶ୍ରମିକ କର୍ମଚାରୀ ପ୍ରମୁଖ ୨୫ କୋଟିରୁ ଉର୍ଦ୍ଦଶାମିଳ ହେବାର ଆକଲନ କରାଯାଉଛି। ଧର୍ମଘଟ ୧୭ ଦଫା ଦାବି ନେଇ ଯଥା:ବୀମା କ୍ଷେତ୍ରରେ ୧୦୦% ପ୍ରତିକ୍ଷ୍ୟ ପୁଞ୍ଜି ନିବେଶକୁ ବିରୋଧ, ବ୍ୟାଙ୍କ ଓ
ବୀମା କ୍ଷେତ୍ରରେ ନଗଦ ନିଯୁକ୍ତି ଦାବି, ନିର୍ମାଣ ଶ୍ରମିକୁ ସର୍ବ ନିମ୍ଳ ମଜୁରୀ ୨୬୦୦୦ହଜାର ଦାବି,ସ୍କିମ ଓ୍ବାର୍କର ମାନଙ୍କୁ ସ୍ଥାୟୀ ଚାକିରି ଦାବି, ପୁରଣା ପେନସନ ସ୍କିମକୁ ଲାଗୁ କରିବ ଦାବି, ଚାରୋଟି ଶ୍ରମ ଆଇନ କୋଡକୁ ବିରୋଧ ଇତ୍ୟାଦି ପ୍ରମୁଖ। ଏହି ସମୟରେ ଜିଲ୍ଳାପାଳ ଅଫିସ ସାମନାରେ ଗଣସଂଗଠନ ଯଥା-ସିଟୁୁରୁ ସଭାପତି ଗୌରୀ ପାତ୍ର,ଏଆଇଟିୟୁସିରୁ ସଂପାଦକ ସାରଙ୍ଗ ମିଶ୍ର,ଏଚଏମଏସରୁ ତ୍ରୀନାଥ ଗୋଏଲ,ଏଆଇଆଇପିଏରୁ ରତ୍ନାକରପ୍ରଧାନ ପ୍ରତିବାଦ ସଭାରେ ଉପସ୍ଥିତ ରହି ଜିଲ୍ଳାପାଳଙ୍କୁ ୧୭ଦଫା ଦାବି ଉପରେ ଏକ ସ୍ମାରକ ପତ୍ର ଦିଆଯାଇଥିଲା।ଏହି ଅବସର ରେତୁଲାରାମବେହେରା ,ନବୀନସିଂହ୍ନା ,ଯାେଗେନ୍ଦ୍ରନେଟି,ଶଶିଭୁଷନ ସା,ଦେଓରାମ ଓରାମ,କନକ ନାୟକ,ମଞ୍ଜୁଲତା ଭଇଁସା,ସାବିତ୍ର ଡୁଡୁମ, କିଶୋରୀ ଛନଛାନ,ବରୁନ ପଟେଲ,ଆଶିଷ ଶୁକ୍ଳା,ରାମଚନ୍ଦ୍ର କିଶାନ,ସୁଭେଷ ଭଇଷା,ତାରାକାନ୍ତ ପଟେଲ ଓ ମେନକା ଗରଡିଆ ପ୍ରମୁଖ ଉପସ୍ଥିତ ଥିଲେ।
0 Comments