ସଦର ବ୍ଳକ ଦୁର୍ଲଗା ପଂଚାୟତ ଅନ୍ତର୍ଗତ ଆଇଓସିଏଲ ଗ୍ୟାସ ପାର୍ଶ୍ଵରେ ଆଜି ଜିଲ୍ଲା ସ୍ତରୀୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାରେ ଚଳିତ ବର୍ଷ ୧୦ ଲକ୍ଷ ଗଛ ଲଗାଯିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି । ଆଜି ଦୁର୍ଲଗା ଠାରେ ୫ ହଜାରରୁ ୧୦ ହଜାର ଗଛ ଲଗାଯିବା ସହ ଶୁକ୍ରବାର ଦିନ ପୌରପରିଷଦରେ ଗଛ ଲଗାଯିବାର ଯୋଜନା ରହିଛି । ଏପରିକି ଜିଲ୍ଲା ସାରା ୧୦ଲକ୍ଷ ବୃକ୍ଷ ଲଗାଯିବ ବୋଳି ବିଧାୟକ ତ୍ରିପାଠୀ କହିଛନ୍ତି । ମାନବ ଜୀବନ ସହ ଜୀବଜଗତ ପାଇଁ ବୃକ୍ଷ ର ବହୁ ଆବଶ୍ୟକତା ରହିଛି । ବିଗତ ଦିନରେ ଜିଲ୍ଲାରେ ଯେଉଁମାନେ ରାଜନୈତିକ ଦାୟିତ୍ଵରେ ଥିଲେ ସେମାନେ ବୃକ୍ଷ କାଟିବାରେ ବ୍ୟସ୍ତ ଥିଲେ । ଏପରିକି ଆମେ ବୃକ୍ଷ ଲଗାଇବା ଦାୟିତ୍ଵ ନେଇଛୁ ବୋଲି ବିଧାୟ ତ୍ରିପାଠୀ କହିଛନ୍ତି । ଝାରସୁଗୁଡ଼ା ଜିଲ୍ଲାରେ ବୃକ୍ଷ ଲଗାଇବାରେ ଓ ଜଙ୍ଗଳ ସୃଷ୍ଟି କରିବାରେ ଓଡିଶାରେ ଝାରସୁଗୁଡ଼ା ଜିଲ୍ଲା କୁ୧ ନଂ ସ୍ଥାନରେ ରହିବ ସେପରି ଲକ୍ଷ୍ୟ ରଖାଯାଇଛି ବୋଲି ବିଧାୟକ କହିଛନ୍ତି । ପ୍ରକୃତିକୁ ବଂଚାଇବା ଓ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ବୃକ୍ଷରୋପଣ ନିହାତି ଆବଶ୍ୟକ । ଗଛ ଲଗାଇବା ଓ ବଂଚାଇବା ଏକ ମହତ କାର୍ଯ୍ୟ ।
ଗତ ବର୍ଷ ଯେତିକି ବୃକ୍ଷ ଲଗାଯିବା ନେଇ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୁରଣ ହୋଇଛି । ତେବେ ଚଳିତବର୍ଷ ମଧ୍ୟ ୧୦ଲକ୍ଷ ବୃକ୍ଷ ଲକ୍ଷ୍ୟ ରଖାଯାଇଛି ତାହା ମଧ୍ୟ ବଞ୍ଚିବ ବୋଲି ବିଧାୟକ କହିଛନ୍ତି । ଏହାସହ ଜିଲ୍ଲାରେ ନୂତନ ଜଙ୍ଗଳ ସୃଷ୍ଟି ହେଲେ ପ୍ରକୃତି ର ରକ୍ଷା କରାଯାଇପାରିବ । ଏପରିକି ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲା ପାଇଁ ଜଙ୍ଗଳର ଆବଶକତା ମଧ୍ୟ ରହିଛି । ତେବେ ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ନେଇ ବିଧାୟକ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକ ପରିବେଶ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଏହି ରଥ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ସହର ପରିକ୍ରମା କରି ବୃକ୍ଷରୋପଣ ପାଇଁ ଜନସାଧାରଣରେ ସଚେତନତା ସୃଷ୍ଟି କରିବ । ଏହାସହ ବୃକ୍ଷରୋପଣ କ୍ଷେତ୍ରରେ ଓ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରିଥିବା ବ୍ୟକ୍ତି ମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣେ, ଡିଏଫଓ ମନୁ ଅଶୋକ ଭଟ୍ଟ,ପରିବେଶ କର୍ମୀ ପ୍ରହଲ୍ଲାଦ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
0 Comments