ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ପରିସରରେ ଶ୍ରୀ ଗୁରୁପୂର୍ଣ୍ଣିମା ଓ ବନମହୋତ୍ସବ କାର୍ଯ୍ୟକ୍ରମକୁ ଜଙ୍ଗଲ ଅଧିକାରୀ ଶ୍ରୀମତୀ ତିଳିମା ନାୟକ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜଙ୍ଗଲ ରକ୍ଷକ ଶ୍ରୀମତୀ ଝରଣା ସାହୁ , ପଞ୍ଚପଡ଼ା ସିଆରସିସି ସୁରଜ୍ ପଟେଲ, ଓଟିଭି ଜିଲ୍ଲା ପ୍ରତିନିଧି ଭାଗିରଥୀ ସାହୁ ଉପସ୍ଥିତ ଥିଲେ।ବିଦ୍ୟାଳୟ ସମ୍ପାଦକ ଦିଗାମ୍ବର ମାଝୀ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଶ୍ରୀ ଗୁରୁପୂର୍ଣ୍ଣିମା ଉତ୍ସବ ର ମହତ୍ତ୍ଵ ଉପରେ ପ୍ରାରମ୍ଭିକ ବ୍ୟକ୍ତବ୍ୟ ରଖିଥିଲେ।ମୁଖ୍ୟ ଅତିଥି ଶ୍ରୀମତୀ ନାୟକ ବୃକ୍ଷରୋପଣ ର ମହତ୍ତ୍ଵ ଓ ଶ୍ରୀ ଗୁରୁ ବ୍ୟାସଦେବଙ୍କ ଦିବ୍ୟ ଜ୍ଞାନ ଉପରେ ତଥ୍ୟ ରଖିଥିଲେ।ବିଦ୍ୟାଳୟ ର ସମସ୍ତ ଗୁରୁଜୀ /ଗୁରୁମା ଙ୍କ ତତ୍ତ୍ଵାବଧାନରେ ଶ୍ରୀ ଗୁରୁପୁଜନ କାର୍ଯ୍ୟକ୍ରମ ହେବ ସହିତ ଦରିଦ୍ର ତଥା ଅନାଥ ଶିଶୁଙ୍କ କଲ୍ୟାଣ ପାଇଁ ଗୁରୁ ଦକ୍ଷିଣା ଆକାରରେ କିଛି ଅର୍ଥ ସଂଗ୍ରହ କରାଯାଇଥିଲା।ରଞ୍ଜିତା ନାଏକ,ଚନ୍ଦ୍ରିକା କିଶାନ ଆଦି ଗୁରୁମାଙ୍କ ତତ୍ତ୍ଵାବଧାନରେ ଶିଶୁଙ୍କ ଦ୍ବାରା କେତେକ ଉପକାରୀ ବୃକ୍ଷରୋପଣ କରାଯାଇଥିଲା।ଅଭିଭାବକ ପ୍ରେମାନନ୍ଦ ପଟେଲ ଓ ବିକ୍ରମ ବିଶ୍ବାଳ ଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ଅନୁଷ୍ଠିତ ହୋଇଥିଲା।ପରିଶେଷରେ ବିଦ୍ୟାଳୟର କୋଷାଧ୍ୟକ୍ଷ। ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
0 Comments