ଝାରସୁଗୁଡ଼ା ସଦର ପଞ୍ଚାୟତ ସମିତି ଅନ୍ତର୍ଗତ ଲୋଇସିଂହ ଗ୍ରାମପଞ୍ଚାୟତ ର ବହୁ ଚର୍ଚ୍ଚିତ ବାରଖଣ୍ଡିଆ କଦଳୀମୁଣ୍ଡା ରାସ୍ତା ସମସ୍ୟା ର ସମାଧାନ ପାଇଁ ଆଜି ଲୋଇସିଂହ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସନାତନ ରୋହିଦାସ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଗ୍ରାମ ପଞ୍ଚାୟତ ତରଫରୁ ଉକ୍ତ ରାସ୍ତା ର କାଦୁଅ କୁ ସଫା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ରାସ୍ତା ର ଯାତାୟାତ ସମ୍ଭବ ହେଉ ନ ଥିବାରୁ ମରାମତି ସକାଶେ ଆବଶ୍ୟକୀୟ ଅର୍ଥ ପାଇଁ ବ୍ଳକ ଏବଂ ଜିଲ୍ଲା ପ୍ରଶାସନ କୁ ଅନୁରୋଧ କରାଯିବା ପାଇଁ ସ୍ଥିର କରାଗଲା । ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ରାସ୍ତା ନିର୍ମାଣ ସକାଶେ ଡିପିଆର୍ ପ୍ରସ୍ତୁତ ପାଇଁ ଆର୍ ଡି ବିଭାଗ କୁ ଅନୁରୋଧ କରାଯାଇଥିଲା ଏବଂ ଆର୍ ଡି ବିଭାଗ ପକ୍ଷରୁ ଡିପିଆର୍ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦିଆଯାଇଥିଲା ଯାହାର ପ୍ରଶାସନିକ ଅନୁମୋଦନ ମଧ୍ୟ ମିଳିସାରିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଟ. ୪,୯୧, ୬୬,୦୨୧ ବ୍ୟୟ ରେ ଏହି ରାସ୍ତା ବାରଖଣ୍ଡିଆ PWD ରାସ୍ତା ଠାରୁ କଦଳୀମୁଣ୍ଡା ଦେଇ କୋଇଲଗା / ତିଲେଇମାଲ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପିଚୁ ରାସ୍ତା ହେବ । ଯଦ୍ୱାରା ଗ୍ରାମ ପଞ୍ଚାୟତ ତଥା ଆଖପାଖ ଅଂଚଳ ର ୧୦ ହଜାର ରୁ ଉର୍ଦ୍ଧ୍ବ ଜନ ସାଧାରଣ ଉପକୃତ ହୋଇପାରିବେ। ବର୍ତମାନ ଆର୍ ଡି ବିଭାଗ ପକ୍ଷରୁ ହେବାକୁ ଥିବା ଟେଣ୍ଡର ଏବଂ ଯଥା ଶିଘ୍ର ରାସ୍ତା ନିର୍ମାଣ କାମ ଆରମ୍ଭ କୁ ଅପେକ୍ଷା କରିଛନ୍ତି ଜନ ସାଧାରଣ । ରାସ୍ତା ନିର୍ମାଣ ସକାଶେ ମିଳିଥିବା ପ୍ରଶାସନିକ ଅନୁମୋଦନ ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ସରପଞ୍ଚ ଙ୍କ ପ୍ରଚେଷ୍ଟା ପାଇଁ ଏହି ସଭା ରେ ଉପସ୍ଥିତ କଦଳୀମୁଣ୍ଡା ବାସୀ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି ତତ୍ ସଂଙ୍ଗେ ଉକ୍ତ ଖବର ପାଇବା ପରେ କଦଳୀମୁଣ୍ଡା ବାସୀ ବେସ୍ ଉତ୍ସାହିତ ଥିବା ଜଣା ପଡିଛି। ଆଜିର ବୈଠକ ରେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚେତାନନ୍ଦ ନାଏକ, ଏଡିଇଓ ପ୍ରକାଶ ପ୍ରଧାନ, ୱାର୍ଡ ସଭ୍ୟ ସୁରେନ୍ଦ୍ର ପ୍ରଧାନ, ୱାର୍ଡ ସଭ୍ୟ ମଦନ ରୋହିଦାସ , କ୍ଷୀରୋଦ ସିଂ, ସମେତ କଦଳୀମୁଣ୍ଡା ବାସୀ ଉପସ୍ଥିତ ଥିଲେ ।
0 Comments