ଭାରତୀୟ ହ୍ବିଲ ଚେୟାର କ୍ରିକେଟରଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ


 ଭାରତୀୟ ହ୍ବିଲ ଚେୟାର କ୍ରିକେଟରଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ ।

ଭାରତୀୟ ହ୍ବିଲ ଚେୟାର କ୍ରିକେଟରେ ସାମିଲ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ବାବୁଛିପିଡିହି ପଂଚାୟତ ଅନ୍ତଗତ ବାଙ୍କୀ ଗ୍ରାମର ଶଙ୍କର ବୁଦୁଲାକୁ ଆଜି ଝାରସୁଗୁଡ଼ା ବିଧାୟକ ତଥା ଫାଓ ସଭାପତି ଟଙ୍କଧର ତ୍ରିପାଠୀ ସାକ୍ଷାତ କରିଥିଲେ । ଏହାସହ ଜାତୀୟ ହ୍ବିଲ ଚେୟାର କ୍ରିକେଟରେ ଚୟନ କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗୁଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଏହାସହ ଶଙ୍କର ହ୍ବିଲ ଚେୟାର ଜାତୀୟ କ୍ରିକେଟରେ ସାମିଲ ହେବା ରାଜ୍ୟ ତଥା ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ଥିଲେ ମଧ୍ୟ ଜଣେ ଚାହିଁଲେ ସଫଳତା ନିଶ୍ଚୟ ପାଇପାରିବ  ଏହା ଶଙ୍କର କରି ଦେଖାଇଛନ୍ତି ବୋଲି ବିଧାୟକ କହିଛନ୍ତି । ଏହାସହ ଆଗାମୀ ଦିନରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ବିଧାୟଜ ତ୍ରିପାଠୀ କହିଛନ୍ତି । ଏଠାରେ ସୂଚନାଥାଉକି ଚେନ୍ନାଇର ଆମ୍ମା ଷ୍ଟାଡିୟମରେ ଆନ୍ତା ଅଗଷ୍ଟ ୭.୮ ଓ ୯ ତାରିଖରେ ଖେଳାଯିବାକୁ ଥିବା ଭାରତୀୟ ସ୍ଟିଲଚେୟାର କ୍ରିକେଟ ପାଇଁ ଜାତୀୟ କ୍ରିକେଟ କମିଟି ଦ୍ୱାରା ଚୟନ ପ୍ରକ୍ରିୟା ଚାଲିଥିଲା। ଯେଉଁଥିରେ ଶଙ୍କର ବୁଦୁଲାଙ୍କୁ ଚୟନ କମିଟି ୧୪ ଜଣିଆ ଦଳରେ ସାମିଲ କରିଥିଲେ । ଯହାଫଳରେ ଶଙ୍କରଙ୍କ ଏହି କୃତୀତ୍ବ ଯୋଗୁଁ ଜିଲ୍ଲା କ୍ରିକେଟ ପ୍ରେମୀକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ସାହାସପୁର ସରପଂଚ ସୁକାନ୍ତୀ ଜୟପୁରିଆ, ପାକେଲପଡ଼ା ବିଜେପି ମଣ୍ଡଳ ସଭାପତି କୁଳମଣୀ କିସାନ ପ୍ରମୂଖ ଉପସ୍ଥିତ ଥିଲେ ।



Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done