ବାଇଗନବୁଡରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ,ଯୋଗ ଦେଲେ ବିଧାୟକ


 ବାଇଗନବୁଡରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ।

ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଳକ ବାବୁଛିପିଡିହି ପଂଚାୟତ ଅନ୍ତଗତ ବାଇଗନବୁତ ଗ୍ରାମରେ ସେଚ୍ଛାସେବୀ ଅନୁଷ୍ଠାନ ସେଓ୍ବା ଆନୁକୁଲ୍ୟରେ ବନଦୁର୍ଗା ଜଳବିଭାଜିକା ପ୍ରକଳ୍ପ ନିକଟରେ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନଦୁର୍ଗା ଜଳବିଭାଜିକା ପ୍ରକଳ୍ପର ପ୍ରୋଜେକ୍ଟ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସେୱାର ସମ୍ପାଦକ ସୁଶୀଲ ଦାଶ ଓ ସାହାରପୁର ସରପଂଚ ସୁକାନ୍ତି ଜୟପୁରିଆ ଯୋଗ ଦେଇଥିଲେ । ବୃକ୍ଷ ହିଁ ଜୀବନ । ଜଣେ ବ୍ୟକ୍ତି ଖାଦ୍ୟ ନ ଖାଇ ବଂଚି ପାରିବ କିନ୍ତୁ ପବନ ବିନା ବଂଚି ପାରିବ ନାହିଁ । ଏଣୁ ଉତ୍ତମ ପବନ ପାଇଁ ସମସ୍ତଙ୍କୁ ବୃକ୍ଷ ଟିଏ ଲଗାଇବା ଜରୁରୀ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ । ଏହାସହ ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଲୋକଙ୍କ ମଧ୍ୟ ଆର୍ଥିକ ପ୍ରଗତି ହୋଇଛି । ସରକାର ଯେଉଁ ପ୍ରତିଶୃତି ଦେଇଥିଲେ ତାହାକୁ ପୁରଣ କରିଛନ୍ତି । ସୁଭଦ୍ରା ଯୋଜନା, ଧାନରେ ଇନପୁଟ ସବସିତି ପ୍ରଦାନ ଇତ୍ୟାଦି ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଏହାସହ କାମଧେନୁ ଯୋଜନା ବିଷୟରେ ମଧ୍ୟ ବିଧାୟକ ଅଂଚଳବାସୀଙ୍କୁ ସଚେତନ କରିଥିଲେ । ସେଓ୍ବାର ସମ୍ପାଦକ ସମସ୍ତଙ୍କୁ ବର୍ଷକୁ ଅତିକମରେ ଗୋଟିଏ ବୃକ୍ଷ ଲଗାଇବା ପାଇଁ ସଚେତନ କରିଥିଲେ । ଏହାସହ ବାବୁଛିପିଡିହି ଓ ଜାମମାଲ ପଂଚାୟତର ପ୍ରତ୍ୟେକ ପରିବାର ଅନ୍ୟୁନ ୭ଟି ଲେଖାଏଁ ଗଛ ପ୍ରଦାନ କରା‌ଯିବ । ଏପରିକି ଉପରୋକ୍ତ ୨ଟି ପଂଚାୟତରେ ଥିବା ମାଁ ଅନ୍ଧାରୀ, ମାକରଚୁଆ ଓ ବନଦୁର୍ଗା ଜଳବିଭାଜିକା ପ୍ରକଳ୍ପ ଅଧିନରେ ପ୍ରାୟ ୮ ହଜାରରୁ ଉଦ୍ଧ ଗଛ ଲଗାଯିବ ବୋଲି କହିଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୁର୍ଗା କିସାନ, ଦୁଃଶାସନ ବୁଦୁଲା, ମିଶ୍ର ମାଝୀ, ପା କେଲପଡ଼ା ବିଜେପି ମଣ୍ଡଳ ସଭାପତି କୁଳମଣି କିସାନ, ମୌଜିଲାଲ ଦଣ୍ଡସେନା, ପ୍ରଦୀପ ପ୍ରଧାନ, ନିଶିକାନ୍ତ ପଟେଲ, ରୋହିତ କିସାନ ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done