ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ପୌରପରିଷଦର ୱାର୍ଡ ନଂ-୪ ଚୌକିପଡ଼ା ଓ ଡିପୁପଡ଼ା ପରିଦର୍ଶନରେ ଯାଇଥିଲେ


 ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଆଜି ପୌରପରିଷଦର ୱାର୍ଡ ନଂ-୪ ଚୌକିପଡ଼ା ଓ ଡିପୁପଡ଼ା ପରିଦର୍ଶନରେ ଯାଇଥିଲେ। ଚଳିତ ବନ୍ୟାରେ ଚୌକିପଡ଼ା-ଡିପୁପଡ଼ାରେ ଥିବା ପୋଖରୀରେ ବନ୍ୟାପାଣି ଜମି ଯାଇଥିଲା। ଏହାସହ ପାଖରେ ଥିବା ଘର ମାନଙ୍କରେ ପାଣି ପଶିବା ସହିତ ଉପରୋକ୍ତ ୨ ପଡ଼ାବାସୀଙ୍କୁ ଯାତାୟାତରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିସ୍ଥଳେ ପଡ଼ାବାସୀ ବିଧାୟକଙ୍କ ନିକଟରେ ଏହାର ସମାଧାନ ପାଇଁ ଗୁହାରି କରିଥିଲେ। ଘଟଣା ସର୍ମ୍ପକରେ ବିଧାୟକ ସୂଚନା ପାଇବା ପରେ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇବା ସହ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ପୁର୍ବାହ୍ନରେ ପୌରପରିଷଦର କନଷ୍ଠଯନ୍ତ୍ରୀ ପହଂଚି ଜମା ହୋଇଥିବା ପୋଖରୀର ପାଣିକୁ ନିଷ୍କାସନ କରିବା ପାଇଁ ରାସ୍ତାର କିଛି ଅଂଶ ଭଙ୍ଗା ଯାଇଥିଲା। ଠିକ ଏହି ସମୟରେ ବିଧାୟକ ଚୌକିପଡ଼ା ପରିଦର୍ଶନ କରି ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ଏପରିକି ଭଙ୍ଗା ଯାଇଥିବା ରାସ୍ତା ଉପରେ ପାଇପ ପକାଇ ଉପରୋକ୍ତ ରାସ୍ତାକୁ ମରାମତି କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଧାୟକଙ୍କ ସହ ଝାରସୁଗୁଡ଼ା ମଣ୍ଡଳ ସଭାପତି ଅରବିନ୍ଦ ପାଠକ, ବରିଷ୍ଠ କର୍ମୀ ସନ୍ତୋଷ ଯାଦବ, ଶୈଲେସ କୁମାର, ନବୀନ ଦୁବେ, ପିଂଟୁ ସୋନକାର, ସୁରେନ୍ଦ୍ର ସିଂ ପ୍ରମୁଖଙ୍କ ସମେତ ବହୁ ବିଜେପି କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done