ନୂଆଦିଲ୍ଲୀ ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନୀଲ ବଂଶଲ ଙ୍କୁ ଏକ ବର୍ଷ ର ରିପୋର୍ଟ କାର୍ଡ ପ୍ରଦାନ କଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ । ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରିବା ସହ ବିଜେପି ରାଷ୍ଟ୍ରୀୟ ମହାମନ୍ତ୍ରୀ ସୁନିଲ ବଂସଲ କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ହିସାବରେ ଏକ ବର୍ଷର ଉପଲବ୍ଧି ବିଷୟରେ ଆଲୋଚନା କରିବା ସହ ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଏକ ବର୍ଷ ମଧ୍ୟରେ ଝାରସୁଗୁଡ଼ାର ଇଷ୍ଟଦେବତା ବାବା ଝାଡ଼େଶ୍ଵରଙ୍କ ମନ୍ଦିରର ବିକାଶ ପାଇଁ ୪ କୋଟି ଟଙ୍କା ମଞ୍ଜୁର, ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଟି ସ୍କାନ୍ ମେସିନ୍ କାର୍ଯ୍ୟକ୍ଷମ, ଛଅ ଶଯ୍ୟା ବିଶିଷ୍ଟ ଆଇସିୟୁର ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ନିର୍ମାଣ, ନୂତନ ରକ୍ତଭଣ୍ଡାର ସ୍ଥାପନ, ମଙ୍ଗଳ ବଜାର ହସ୍ପିଟାଲ ପୁନଃ କାର୍ଯ୍ୟକ୍ଷମ, ତାହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟାରିୟର୍ କାଉନସେଲିଂ ଆରମ୍ଭ କରାଯାଇଥିବା ବେଳେ ଏହି ଯୋଜନାରେ ୧୫ ହଜାର ଛାତ୍ରଛାତ୍ରୀ ଉପକୃତ ହୋଇଥିବା କଇଛନ୍ତି । ଏହା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ୟୁପିଏସ୍ସି ପାଇଁ ମାଗଣ କୋଚିଂ ବ୍ୟବସ୍ଥା, ଓଏମ୍ପି -ବନ୍ଧରପଡ଼ା ରୋଡ୍ର ଉନ୍ନତିକରଣ ପାଇଁ ପାଣ୍ଠି ମଞ୍ଜୁର ହେବା ସହ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ରୋଡ଼ ର ଉନ୍ନତି କରଣ ପାଇଁ ୫୦ କୋଟି ଟଙ୍କା ପ୍ରଦାନ ଅନ୍ତର୍ଭୁକ୍ତ ରହିଛି । ଏହା ସହ ଝାରସୁଗୁଡ଼ା ରେ ଜଳ ସଙ୍କଟ ଦୂର କରିବା ପାଇଁ ନଳକୂପ ଖନନ ସାଙ୍ଗକୁ ପୋଖରୀ ଗୁଡ଼ିକର ଉନ୍ନତି କରଣ, ତାହା ସହିତ ଜିଲ୍ଲାରେ ଖେଳ ପଡିଆର ଉନ୍ନତି କରଣ ଲାଗି ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମ୍ ପାଇଁ ୭୦ କୋଟି ପ୍ରଦାନ କରାଯାଇଥିବା ବେଳେ କଣ୍ଟାପାଲିରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର ହୋଇଛି । ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ମେଳା ଆୟୋଜନ କରାଯାଇ ୩୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ୨ ମାସ ମଧ୍ୟରେ ଝାରସୁଗୁଡ଼ାର ସହର ମାଷ୍ଟର ପ୍ଲାନ୍ ପାଇଁ ଗ୍ଲୋବାଳ ଟେଣ୍ଡର ଡକାଯିବ ବୋଲି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ନେତା ଙ୍କ ସହିତ ବୈଠକ ରେ କହିଛନ୍ତି । ତାହା ସହିତ ଝାରସୁଗୁଡ଼ାରୁ ଦିଲ୍ଲୀ,ମୁମ୍ବାଇ, ହାଇଦ୍ରାବାଦ ଓ ଲକ୍ଷୌକୁ ବିମାନ ଚାଲିବା ବ୍ୟବସ୍ଥା କରାଯାଇଛି । କୋଲାବିରା ଠାରେ ସ୍ଵାଧୀନତା ସଂଗ୍ରାମୀ କରୁଣାକର ସିଂ ନାଏକଙ୍କ ଏକ ବିରାଟ ପ୍ରତିମୁର୍ତି ରାଜ୍ୟ ସରକାରଙ୍କ ତରଫରୁ ନିର୍ମାଣ କରାଯାଇଛି । ବିଭିନ୍ନ ବ୍ଳକରେ ଜନଶୁଣାଣୀ ମାଧ୍ୟମରେ ତୃଣମୂଳ ସ୍ତରରେ ପହଂଚି ଲୋକଙ୍କ ସୁବିଧା ଅସୁବିଧା ବୁଝି ତାହାର ଆଶୁ ସମାଧାନ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବମ୍ବେ ଛକରୁ ପଞ୍ଚପଡ଼ା ଯିବା ରାସ୍ତାରେ ଏକ ନୂତନ ଜରାନିବାସ ନିର୍ମାଣ କରାଯାଇଛି । ଚାଷୀ ଭାଇ ମାନଙ୍କ ସୁବିଧା ପାଇଁ ସବୁ ମଣ୍ଡିରେ ନୂତନ ଗୋଦାମ ଘର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ଝାରସୁଗୁଡ଼ା ରେ ୧୦୦ ଶଯ୍ୟା ବିଶିଷ୍ଟ ଇଏସଆଇଏସ ହସ୍ପିଟାଲ୍ ନିର୍ମାଣ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ଶେଷ ହୋଇଥିବା ନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଓ ବିଜେପି ରାଷ୍ଟ୍ରୀୟ ମହମନ୍ତ୍ରୀ ସୁନିଲ ବଂଶଲ୍ ଙ୍କ ସହିତ ବୈଠକରେ ଆଲୋଚନା କରିବା ସହ ଏକ ବୁକଲେଟ ପ୍ରଦାନ କରିଛନ୍ତି ।
0 Comments