ଆଜି ବରଗଡ ସାଂସଦ ପ୍ରଦୀପ ପୁରୋହିତ ମାନ୍ୟବର କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂ ଙ୍କୁ ଭେଟି ସମ୍ବଲପୁରୀ ବୟନ ଶିଳ୍ପ, ହସ୍ତତନ୍ତ କଳା ଜନିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ପଦ୍ମପୁର ଉପଖଣ୍ଡ ମହୁଲପାଲି ଗ୍ରାମ ରେ ଏକ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ଏହି କମ୍ପ୍ଲେକ୍ସ ର ନିର୍ମାଣ ହେଲେ ସମ୍ବଲପୁରୀ ବସ୍ତ୍ର ର ଉତ୍ପାଦନ, ଭଣ୍ଡାରିକରଣ, ପ୍ରଶିକ୍ଷଣ ତଥା କ୍ରୟବିକ୍ରୟ ସୁଚାରୁ ରୁପେ ପରିଚାଳିତ ହୋଇପାରିବ ଏବଂ ସ୍ଥାନୀୟ ତନ୍ତ ଶିଳ୍ପୀ ଏବଂ ବ୍ୟବସାୟୀ ମାନଙ୍କ ଜୀବିକା ନିର୍ବାହ ହୋଇପାରିବ ।
ସମ୍ବଲପୁରୀ ହସ୍ତତନ୍ତ ଏବଂ ବୟନ ଶିଳ୍ପ ର ଆନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର ଆମ ଅଞ୍ଚଳ ପାଇଁ ବିକାଶ ର ରାସ୍ତା କୁ ଆହୁରି ପ୍ରଶସ୍ତ କରିବ । ସମ୍ବଲପୁରୀ ହସ୍ତତନ୍ତ ଏବଂ ବୟନ ଶିଳ୍ପ କୁ ଇଣ୍ଟିଗ୍ରେଟେଡ ସ୍କିଲ୍ ଡେଭଲେପମେଣ୍ଟ ସ୍କିମ୍ (ISDS) ଯୋଜନା ରେ ସାମିଲ କରି ପ୍ରଶିକ୍ଷଣ ଏବଂ ତାଲିମ୍ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ସମ୍ବଲପୁରୀ ହସ୍ତତନ୍ତ ଏବଂ ବୟନ କଳା ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ପାଇଁ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ।
0 Comments