ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସରକାର ଙ୍କ ର ଗ୍ରାମୀଣ ଓ ସହର ଉନ୍ନତି ତଥା ସାର୍ବଜନୀନ ବ୍ୟବସାୟ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର,ଆଇନ ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏବଂ ରାଜ୍ୟ ଉପସଭାପତି ଶ୍ରୀ ବିରଞ୍ଚି ନାରାୟଣ ତ୍ରୀପାଠୀ ଙ୍କ ଉପସ୍ଥିତି ରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ୧୦ ଜଣ ବିଜେଡ଼ି ସରପଞ୍ଚ ବିଧିବଦ୍ଧ ଭାବରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।ସେମାନେ ହେଲେ କଣ୍ଡେଇକେଲା ସରପଞ୍ଚ ଅଶୋକ କୁମାର ସେଠ, ରେମତା ସରପଞ୍ଚ ପ୍ରଫୁଲ୍ଲ କୁମାର ସିଂହ,ଚାରପାଲି ସରପଞ୍ଚ ଅରୁଣା ସୁନା,କଦମଡିହି ସରପଞ୍ଚ ତରୁଳତା ବାରିକ,ବାଘମୁଣ୍ଡା ସରପଞ୍ଚ ସୁନିମା ପଧାନ,ଜାମଗାଁ ସରପଞ୍ଚ ଗୋପୀନାଥ ସାଏ,ରେମେଣ୍ଡା ସରପଞ୍ଚ ସୁସାନ୍ତ ନାଏକ,ସରଣ୍ଡାମାଲ ସରପଞ୍ଚ ଝରଣା ସେଠ,ବଞ୍ଜାରି ସରପଞ୍ଚ ସୀମା ସାହୁ,ପିପିଲିମାଳ ସରପଞ୍ଚ ରଂଗାଧର ଡିଲା ।ଏହି ସରପଞ୍ଚମାନଙ୍କ ଭାରତୀୟ ଜନତା ପାର୍ଟିରେ ଯୋଗଦାନ ଲଖନପୁର ବ୍ଲକରେ ବିଜେପି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ। ଏହି ଯୋଗଦାନ ଦଳ ଓ ଜନତା ମଧ୍ୟରେ ଆଶା ଓ ବିଶ୍ୱାସ ବଢ଼ାଇବ, ଏବଂ ଆଗାମୀ ଦିନରେ ବିଜେପିକୁ ଅଧିକ ଶକ୍ତି ଦେବ ବୋଲି ମାନ୍ୟବର ରାଜସ୍ବ ମନ୍ତ୍ରୀ କହିଥିଲେ ।ସମସ୍ତ ସରପଞ୍ଚମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଭାରତୀୟ ଜନତା ପାର୍ଟିର ଉପଢୋକନ ଦେଇ ଉନ୍ମୁକ୍ତ ହୃଦୟରେ ଦଳକୁ ସ୍ୱାଗତ କରିଥିଲେ ।
0 Comments