• ଅସହ୍ୟ ମାନସିକ ନିର୍ଯ୍ୟାତନାରେ ପୀଡ଼ିତ ହୋଇ ଆତ୍ମହତ୍ୟା କରି ଦେଇଥିବା ଛାତ୍ରୀଙ୍କ ମୃତ୍ୟୁ ପାଇଁ ଦାୟୀ ମୁଖ୍ୟ ଅଭିଯୁକ୍ତ HOD ବିରୋଧରେ ତୁରନ୍ତ ଓ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ
• ସାମାଜିକ ଗଣମାଧ୍ୟମରେ ପୀଡ଼ିତାଙ୍କ ଚରିତ୍ର ସଂହାର କରିଥିବା NSUI ଛାତ୍ର ନେତାମାନଙ୍କୁ ଗିରଫ
• ଆଇନ ଅନୁଯାୟୀ ସ୍ଥାୟୀ ICC କମିଟି ଗଠନ
• ଯେଉଁମାନେ ଏହି ମାନସିକ ନିର୍ଯ୍ୟାତନା କରିଛନ୍ତି, ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ
• ରାଜ୍ୟରେ ନିର୍ଭୟା ଆଇନ ଭଳି 'ସୌମ୍ୟାଶ୍ରୀ ଆଇନ' ଆସିବା ଦରକାର ଯାହା ଦ୍ଵାରା ଶିକ୍ଷାନୁଷ୍ଠାନରେ ଯୌନ ନିର୍ଯାତନା କରୁଥିବା ଦୋଷୀ ମାନଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର
ଏବିଭିପି ପୀଡିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବ, ବୋଲି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବିଭିପି ଝାରସୁଗୁଡାର କାର୍ଯ୍ୟକର୍ତ୍ତା ମାନେ । ଏହି କାର୍ଯ୍ୟକ୍ରମରେ ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ଜ୍ୟୋତି ରାଉତ , ଓଡ଼ିଶା ପଶ୍ଚିମ ପ୍ରାନ୍ତର ସହ ସମ୍ପାଦକ ବିଶାଳ କୁମାର ରାମ, ସୁନ୍ଦରଗଡ଼ ବିଭାଗ ସଂଯୋଜକ ଗୋପାଳ କୁମାର ନାୟକ , ଝାରସୁଗୁଡ଼ା ଜିଲ୍ଲା ସଂଯୋଜକ ଚିନ୍ମୟ ବେହେରା, ଜିଲ୍ଲା ସହ ସଂଯୋଜକ ରାହୁଲ କେଡ଼ିଆ , ଜିତେନ୍ଦ୍ର ସାହୁ , ଗଣେଶ ସାହୁ , ପ୍ରେମ ସାହା , ମାଧବ ଶର୍ମା , ଘନଶ୍ୟାମ ପଟ୍ଟନାୟକ , ରଞ୍ଜନ ଯାଦବ , ନନ୍ଦିନୀ ସିଂ , ଜ୍ୟୋତି ସାଗର ଆଦି ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ମାନେ ଯୋଗଦେଇଥିଲେ ।
0 Comments