ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ଚେତିଲେ ସରକାର। ଜାରି କଲେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ। ଏବେ ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ' କାର୍ଯ୍ୟକ୍ରମ। ଶିକ୍ଷାନୁଷ୍ଠାନ ମାନଙ୍କରେ ପଡ଼ୁଥିବା ଛାତ୍ରୀ ମାନଙ୍କ ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣା। ସମସ୍ତ କଲେଜ, ବିଶ୍ବବିଦ୍ୟାଳୟରେ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହା ଛାତ୍ରୀ ମାନଙ୍କ ସହଯୋଗ କରିବ। ଯେ କୌଣସି ପ୍ରକାଶ ଶାରୀରିକ ମାନସିକ ନିର୍ଯାତନା ଅଭିଯୋଗ ସେମାନେ ଏହି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ରେ କରିପାରିବେ। ଏହା ସହିତ ଖୁବ୍ ଶୀଘ୍ର ଶକ୍ତିଶ୍ରୀ ଆପ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି ଯାହା ଦ୍ଵାରା ଛାତ୍ରୀ ମାନେ ଅସୁରକ୍ଷିତ ଅନୁଭବ କଲେ ଆପ୍ ଜରିଆରେ ଅଭିଯୋଗ କରିପାରିବେ। ଏଣିକି କଲେଜ ଏବଂ ମହାବିଦ୍ୟାଳୟ ରେ ୨୪ ଘଣ୍ଟା ସିସିଟିଭି କ୍ୟାମେରା ମନିଟରିଂ କରିବ।
0 Comments