ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ହିର୍ମା ପଂଚାୟତ ଓ ପତ୍ରାପାଲି ପଂଚାୟତରେ ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ସଦର ବ୍ଳକ ହିର୍ମା ପଂଚାୟତର ବନମିଲ ଠାରୁ କୁକୁରଜଙ୍ଘା ଗ୍ରାମ ପର୍ଯ୍ୟନ୍ତ ଏବଂ ପ୍ରତାପାଲି ପଂଚାୟତର ଆରଡି ରାସ୍ତାରୁ ତୁମେରମୁଣ୍ଡା ପର୍ଯ୍ୟନ୍ତ ଉନ୍ନତିକରଣ କାର୍ଯ୍ୟ ହେବ । ଉଭୟ ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମାଣ କରାଯିବ । ତେବେ ୧କୋଟି ୬୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁକୁରଜଙ୍ଘା ରାସ୍ତା ନିର୍ମାଣ ହେବାକୁଥିବା ବେଳେ ତୁମେରମୁଣ୍ଡା ରାସ୍ତା ପାଇଁ ୨ କୋଟି ୮୨ଲକ୍ଷ ୬୦ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଦର ବ୍ଳକର ମଲଦା ଓ ପତ୍ରାପାଲି ପଂଚାୟତରେ ବିକାଶ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ବିଧାୟକ । ପତ୍ରାପାଲି ପଂଚାୟତର ତୁମେରାମୁଣ୍ଡା ରାସ୍ତାର ଭିପ୍ରସ୍ତର ସ୍ଥାପନ ହେବା ସହ ସ୍କୁଲ ବାଉଣ୍ଡାରୀ, ଆଙ୍ଗନବାଡି ବାଉଣ୍ଡାରୀ ନିର୍ମାଣ, ଶିବ ମନ୍ଦିରର ଉନ୍ନତିକରଣ, କଂକ୍ରଟ ରୋଡ ନିର୍ମାଣ ଇଦ୍ଯାଦି କାର୍ଯ୍ୟର ଶୁଭ ଦିଆଯାଇଛି । ଏହାସହ ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ସବୁର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ । ଏକ ବର୍ଷ ମଧ୍ୟରେ ଅଂଚଳବାସୀଙ୍କ ଯେଉଁ ଦାବି ଥିଲା ତାହା ପୁରଣ କରିବା ପାଇଁ ଚେଷ୍ଟା କରିଛୁ ଏବଂ ବାକି ଥିବା କାର୍ଯ୍ୟ ଜମିପଟ୍ଟା ପାନୀୟଜଳ ପରି ସମସ୍ୟାକୁ ଶୀଘ୍ର ପୁରଣ କରାଯିବ ବୋଳି ବିଧାୟକ ତ୍ରିପାଠୀ ମତପ୍ରକାଶ କରିଥିଲେ । ଏହାସହ ଗମନାଗମନ ପାଇଁ ଏ ଅଂଚଳବାସୀଙ୍କ ପକ୍ଷରୁ ଯେଉଁ ଦାବି କରାଯାଇଥିଲା ତାହାକୁ ପୁରଣ କରାଯାଇଛି ବୋଲି ବିଧାୟକ କହିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଏସ.ଛୁରିଆ, ପତ୍ରାପାଲି ସରପଂଚ ଖଗେଶ୍ଵର ନାଏକ, ଝାରସୁଗୁଡ଼ା ବ୍ଳକ ବିଜେପି ମଣ୍ଡଳ ସଭାପତି ହେମରଞ୍ଜନ ସିଂ, ବରିଷ୍ଠ ନେତା ପ୍ରମୋଦ ତ୍ରିପାଠୀ, ମଦନ ବେହେରା, ଶଙ୍କର ଦେଓ, ଜୟ ପ୍ରକାଶ ପାତ୍ର, ସୁଫଳ ରାଉତ, ଅକ୍ଷୟ ରାଉତ, କ୍ରିଷ୍ଣା ମୁରାରୀ ସିଂ, ଡମ୍ବରୁଧର କଟା ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
0 Comments