ଝାରସୁଗୁଡା ପୋଲିସ ପକ୍ଷରୁ ଅନୁଷ୍ଠିତ ହେଲା ମୋବାଇଲ୍ ଫୋନ୍ ହେଣ୍ଡଓଭର୍ କାର୍ଯ୍ୟକ୍ରମ


 ଝାରସୁଗୁଡା MCL Auditorium ଠାରେ ଅନୁଷ୍ଠିତ ହେଲା ମୋବାଇଲ୍ ଫୋନ୍ ହେଣ୍ଡଓଭର୍ କାର୍ଯ୍ୟକ୍ରମ । 

ହଜି ଯାଇଥିବା ମୋବାଇଲ୍ ଫୋନ୍ ପାଇଲେ ମୋବାଇଲ୍ ଫୋନର ପ୍ରକୃତ ମାଲିକ ।

ଝାରସୁଗୁଡା ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ଏକ ପ୍ରଶଂସନୀୟ ପଦକ୍ଷେପ । ଯାହାଫଳ ରେ ଆଜି ସବୁ ମହଲରେ ପୋଲିସ୍ ପ୍ରଶାସନ ର ହେଉଛି ପ୍ରଶଂସା । ଆଜି ଝାରସୁଗୁଡ଼ା MCL Auditorium ଠାରେ ଅନୁଷ୍ଠିତ ହେଲା ମୋବାଇଲ୍ ଫୋନ୍ ହେଣ୍ଡଓଭର୍ କାର୍ଯ୍ୟକ୍ରମ । ଆଉ ଏହି କାର୍ଯ୍ୟକ୍ରମ ଜରିଆରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ର ସନ୍ଧାନ କରି ମୋବାଇଲ୍ ଜବତ୍ ପରେ ପ୍ରକୃତ ମାଲିକଙ୍କୁ ମୋବାଇଲ୍ ହସ୍ତାନ୍ତର କରିଛି ଜିଲ୍ଲା ପୋଲିସ୍ । ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ମୋବାଇଲ୍ ଚୋରି ହୋଇଥିବା ନେଇ ଥାନା ମାନଙ୍କରେ ଅଭିଯୋଗ ହୋଇଥିଲା । ପୋଲିସ୍ ତଦନ୍ତ ପରେ ଅନେକ ମୋବାଇଲ୍ ଜବତ୍ କରିବା ପରେ ଆଜି ଏହି ମୋବାଇଲ୍ ଫୋନ୍ ହେଣ୍ଡଓଭର୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଜିଲ୍ଲା ପୋଲିସ୍ ପ୍ରଶାସନ ପକ୍ଷରୁ ଯେଉଁ ମୋବାଇଲ୍ ଫୋନ୍ ମାଲିକଙ୍କ ଫୋନ୍ ମିଳିଛି ତାଙ୍କୁ ଫେରସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଆରକ୍ଷୀ ଅଧ୍ୟକ୍ଷ ସ୍ମିତ ପି ପରମାର୍, ପୋଲିସ୍ ଅଧିକାରୀ ଉପସ୍ଥିତ ରହି ମୋବାଇଲ୍ ଫୋନ୍ ର ମାଲିକ ମାନଙ୍କୁ ତାଙ୍କର ମୋବାଇଲ୍ ଫୋନ୍ ହସ୍ତାନ୍ତର କରିଥିଲେ । ନିଜ ନିଜ ମୋବାଇଲ୍ ଫୋନ୍ ପାଇ ଅଭିଯୋଗକାରୀ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନକୁ ଧନ୍ୟବାଦ୍ ଦେବା ସହ ପୋଲିସ୍ ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done