କୁନି ରଥରେ ବିଶ୍ୱନିୟନ୍ତା


 ସରବାହାଲ ସରସ୍ବତୀ ଶିଶୁ ମନ୍ଦିରରେ ଓଡିଶାର ଜଗନ୍ନାଥ ସଂସ୍କୃତି ଓ ପବିତ୍ର ବାହୁଡ଼ାଯାତ୍ରାରେ ମହାପ୍ରଭୁଙ୍କ ଲୀଳା ଖେଳା ବିଷୟରେ ଶିଶୁମାନଙ୍କୁ ଅବଗତ କରିବା ନିମନ୍ତେ କୁନିକୁନି ପିଲାମାନଙ୍କୁ ନେଇ "ବାହୁଡା଼ଯାତ୍ରା" ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଭିଭାବକ ବିକାଶ ପଟେଲ କାଠରେ ନିର୍ମିତ ଏକ ସୁନ୍ଦର ରଥ ତିଆରି କରି ଆଣିଥିଲେ । ସେହି ରଥରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥାରୁଢ କରି ଶଙ୍ଖ, ଘଣ୍ଟ, ଘାଣ୍ଟି, ଗିନି, ମୃଦଙ୍ଗ, ଝାଞ୍ଜ ବଜାଇ ଶଙ୍ଖ, ହୁଳହୁଳି,ହରିବୋଲ ଜୟଜଗନ୍ନାଥ ଡାକି ଭୋଗ ଲଗାଇ ପୂଜାର୍ଚ୍ଚନା ସାରିବାପରେ ଶିଶୁ ଭାଇ ଭଉଣୀମାନେ ଆନନ୍ଦମନରେ ରଥ ଟାଣିଥିଲେ । ଅମିତ ପଟ୍ଟନାୟକ କର୍ତ୍ତା ଭାବରେ ପୂଜା ରେ ବସି ଥଲେ ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ ସରୋଜ କୁଅଁର ସମ୍ପାଦକ ସୁବ୍ରତ ତ୍ରିପାଠୀ, କୃଷ୍ଣଚନ୍ଦ୍ର ସାହୁ, ଅଶୋକ ସାକୁନିଆ ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ପଟେଲଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ଯା ସଂଯୁକ୍ତା ମେହେର, ମିନାକ୍ଷୀ ପଣ୍ଡା, ଜ୍ୟୋତି ନାଏକ, ଉର୍ମିଳା ରାଉତ, ମମତା ଦାସ, ମିଲି ପଟେଲ ସଞ୍ଜୁଲତା ପ୍ରଧାନ, ପିଙ୍କି ବରାଳ, କବିତା ପଟେଲ, ସୁଭଦ୍ରା ପରିଡା, ସରିତା ପଣ୍ଡା ପ୍ରମୁଖ ସମସ୍ତ ଗୁରୁମା ଗୁରୁଜୀ  କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done