ଝାରସୁଗୁଡ଼ା ସହର ର ମୁଖ୍ୟ ରାସ୍ତାରେ ଥିବା ତିନୋଟି ଦୋକାନ ର ପଛପଟ କବାଟ ତାଡ଼ି


 ଝାରସୁଗୁଡ଼ା ସହର ର ମୁଖ୍ୟ ରାସ୍ତାରେ ଥିବା ତିନୋଟି ଦୋକାନ ର ପଛପଟ କବାଟ ତାଡ଼ି ଲକ୍ଷାଧିକ ଟଙ୍କା ମୂଲ୍ୟର ଜିନିଷ ଚୋରି ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।ଝାରସୁଗୁଡ଼ା ସହର ର ମୁଖ୍ୟ ରାସ୍ତାରେ ଥିବା ଝାରସୁଗୁଡ଼ା ମେଟାଲ ଷ୍ଟୋର,ଶିବମ କ୍ଲଥ ଷ୍ଟୋର ଓ ଏକ ଜୋତା ଦୋକାନ ରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି।ସିସିଟିଭି ରେ ୫ ଜଣ ଦୁର୍ବୃତ୍ତ ଥିବା ନେଇ କଏଦ ହୋଇଛି।ଟାଉନ ଥାନାରେ ଏ ନେଇ ଏକ ମାମଲା ରୁଜୁ କରି ସାଇଣ୍ଟ ଫିକ୍ ଟିମ୍ ସହାୟତା ରେ ତଦନ୍ତ ଆରମ୍ଭ କରିଛି।ତେବେ କେଉଁ ଦୋକାନ ରୁ କେତେ ପରିମାଣ ର ଜିନିଷ ଚୋରି ହୋଇଛି ତାହା ଜଣା ପଡି ନାହିଁ।ସହର ର ମୁଖ୍ୟ ରାସ୍ତାରେ ଥିବା ତିନୋଟି ଦୋକାନ ରୁ ଚୋରି ହେବା ଘଟଣା ପୋଲିସ ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done