ଦ୍ଵିତୀୟ ବୁଦ୍ଧ ଙ୍କ ଆବିର୍ଭାବ ଦିବସ ଓ ଜାତୀୟ ଆଲୋଚନା ଚକ୍ର
ଆଜି ଦ୍ୱିତୀୟ ବୁଦ୍ଧ ପଦ୍ମସମ୍ଭବ ଙ୍କ ଜୟନ୍ତୀ ସମାରୋହ ଭିଖମପାଲି ସ୍ଥିତ ପଦ୍ମାସିନି ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭିକ ପର୍ଯ୍ୟାୟରେ ପଦ୍ମସମ୍ଭବ ଙ୍କ ପ୍ରତିମୂର୍ତ୍ତି କୁ ବୁଦ୍ଧ ଗୁରୁ ଜେତୁଲ ରିଂ ପୋଚେ ଉଦ୍ଘାଟନ କରିଥିଲେ ।ଗାଁ ରେ ଘରେ ଘରେ ଶୁଭକଳସ ସହ ଏକ ସଙ୍କୀର୍ତ୍ତନ ରେ ଦ୍ଵିତୀୟ ବୁଦ୍ଧ ପଦ୍ମସମ୍ଭବ ଙ୍କ ଆସ୍ଥାନ ପର୍ଯ୍ୟନ୍ତ ଏକ ଭବଦିୟ ପରିକ୍ରମା କରାଯାଇଥିଲା ।ହୁଳହୁଳି ଓ ହରିବୋଲ ରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା।ଗାଁ ରେ ଦ୍ଵିତୀୟ ବୁଦ୍ଧ ପଦ୍ମସମ୍ଭବ ଜନ୍ମପୀଠ ସୁରକ୍ଷା ଟ୍ରଷ୍ଟ ତରଫରୁ ତାଙ୍କୁ ଭାବମୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଅଧିବେସନ ଅବସର ପ୍ରାପ୍ତ ଅଧ୍ୟକ୍ଷ ଟହଲୁ ସାହୁଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।ଏଥିରେ ବରିଷ୍ଠ ଗବେଷକ ଡ ପ୍ରବୀର କୁମାର ପଟ୍ଟନାୟକ ମୁଖ୍ୟ ଆଲୋଚକ ଭାବରେ ଯୋଗଦେଇ ଦ୍ଵିତୀୟ ବୁଦ୍ଧ ପଦ୍ମସମ୍ଭବ ଙ୍କ ଜନ୍ମସ୍ଥଳୀ ପଦ୍ମପୁର ବୋଲି ପ୍ରାମାଣିକ ଓ ଗବେଷକ ତଥ୍ୟ ଉପସ୍ଥାପନା କରିଥିଲେ ।ଝାରସୁଗୁଡ଼ା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ପୂର୍ବତନ ସୂଚନା ଲୋକ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଯୋଗ ଦେଇ ପଦ୍ମସମ୍ଭବ ସମ୍ବଳକ ରାଜ୍ୟର ଏଣୁ ଏହା ଗବେଷଣା ଦ୍ଵାରା ପ୍ରମାଣିତ ବୋଲି ମତ ଦେବା ସହ ଅଞ୍ଚଳବାସୀ ଅଧିକ ଗବେଷଣା କରିବାକୁ ଅନୁରୋଧ କରିଥିଲେ ,ଡ ସୁବ୍ରତ କୁମାର ପୃଷ୍ଟି ଆଲୋଚନାରେ ଅଂଶଗ୍ରହଣ କରି ଯାଜପୁର ର ଲଳିତଗିରି,ରତ୍ନଗିରି ଓ ଉଦୟଗିରି ସହିତ ସମ୍ପୃକ୍ତି ବିଷୟ ରେ ଆଲୋକପାତ କରିଥିଲେ ।
ଅଧିବେସନର ଅବ୍ୟବହିତ ପୂର୍ବରୁ ।ବକ୍ତାମାନେ ଆଲୋଚନାରେ ଅଂଶ ଗ୍ରହଣ କରି ଏ ଅଞ୍ଚଳକୁ ଦ୍ଵିତୀୟ ବୁଦ୍ଧଙ୍କର ଜନ୍ମପିଠ ହୋଇଥିବାରୁ ଆପଣମାନେ ଭାଗ୍ୟବାନ ବୋଲି କହିଥିଲେ ।
ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ନରେନ୍ଦ୍ର କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ତପନ କୁମାର ବାରିକ,ଡ ସ୍ଵର୍ଣ୍ଣମୟୀ ପୁରୋହିତ,ରମେଶ ପଶାୟତ,ଶୁଭମ୍ ନାଏକ, । ଅଧିବେସନ କୁ ଅଞ୍ଜଳି ପଟ୍ଟନାୟକ ଓ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ ପରିଚାଳନା କରିଥିଲେ ।
ତୃତୀୟ ଅଧିବେଶନ ଟ୍ରଷ୍ଟ ତରଫରୁ ଉଦେକର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ପ୍ରଦୀପ କୁମାର ପୁରୋହିତ,ସମ୍ବାଦ ଓ ଆମ ଓଡ଼ିଶା ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ,ପ୍ରାକ୍ତନ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ପ୍ରବୀର କୁମାର ପଟ୍ଟନାୟକ,ଗବେଷକ ପ୍ରବୀର କୁମାର ପଟ୍ଟନାୟକ,ମହାନଦୀ କୋଇଲା ଖଣି ର ବରିଷ୍ଠ ଅଧିକାରୀ ଅୱାଧ କିଶୋର ପାଣ୍ଡେ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏହି ଅବସର ରେ ଟ୍ରଷ୍ଟ ର ସ୍ମରଣିକା ଉନ୍ମୋଚିତ ହୋଇଥିଲା ।କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ତରଫରୁ ଜ୍ଞାନବ୍ରତ ଭୋଇ ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ସଭାକାର୍ଯ୍ୟ କୁ ବରିଷ୍ଠ ସାମ୍ବାଦିକ ମେହେବୁବ ମହତାବ ପରିଚାଳନା କରିଥିଲେ ।
ଅଶୋକଙ୍କ ସମୟରୁ ବୌଦ୍ଧ ଧର୍ମ ଅଠର ଭାଗ ହୋଇଛି ।ଆଜି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାଷା ସୁରକ୍ଷା ତଥା ଓଡ଼ିଆ ଅସ୍ମିତା ପାଇଁ କ୍ଷମାସାଗର ଭୋଇ ,ନାଟ୍ୟକାର ସୁବାସ ଚନ୍ଦ୍ର ପ୍ରଧାନ,ମହିମା ସାଂସ୍କୃତିକ ପରିଷଦ ର ଶୁରଙ୍ଗ ପ୍ରଧାନ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନାରେ ମେହେବୁବ ମହତାବ,ତପନ କୁମାର ବାରିକ,କାର୍ତ୍ତିକ ପ୍ରଧାନ,ଗୌତମ ବେହେରା,ରମଣୀ ରଂଜନ ବିଶ୍ବାଳ,ସଂଗ୍ରାମ କେଶରୀ ରାଉତ,ସୁରଙ୍ଗ ପ୍ରଧାନ, ଜ୍ଞାନବ୍ରତ ଭୋଇ,ବିରାଟ ରାଜା ପଧାନ,ସୁରଂଗ ପ୍ରଧାନ, ଗ୍ରାମବାସୀ ତଥା ଅଞ୍ଚଳର ବହୁ ବ୍ୟକ୍ତି ସହଯୋଗ କରିଥିଲେ ।
0 Comments