ଗୋ-ପାଳନ ପାଇଁ କ୍ରେତା ବିକ୍ରେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଟଙ୍କ ଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଗୋ-ପାଳନ ଦ୍ୱାରା ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେବା ସହ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ,ସମବାୟ ବିଭାଗ, ଓଡିଶା ଜୀବିକା ମିଶନ ଓ ଓମଫେଡ(ସମଲେଶ୍ବରୀ ମିଲକ୍ ୟୁନିଅନ ଲିମିଟେଡ ( SAMUL) )ମିଳିତ ଆନୁକୂଲ୍ୟରେ ରାଜ୍ୟରେ ଏହିଭଳି କ୍ରେତା ବିକ୍ରେତା ସମ୍ମିଳନୀ ଝାରସୁଗୁଡା ଜିଲ୍ଲାରେ ଆରମ୍ଭ କରାଯାଇଥିବା ଉଲ୍ଲେଖ କରି ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଛନ୍ତି । ଏହି ଅବସରରେ ବିଧାୟକ ଦଶ ଜଣ ହିତାଧିକାରୀମାନଙ୍କୁ Go- Ahead Letter ପ୍ରଦାନ କରିଥିଲେ। ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେଙ୍କ ସମେତ , SAMUL ପ୍ରେସିଡେଣ୍ଟ ଓ ଜି ଏମ୍ , ସିଡିଭିଓ, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳିକା , ଏ ଆର ସି ଏସ୍ ପ୍ରମୁଖ ଉପସ୍ଥିତ ଥିଲେ।
0 Comments