ତାଲପଟିଆ କଲ୍ୟାଣ ମଣ୍ଡପ ଠାରେ ମେଗା ସାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା ତାଲପଟିଆ କଲ୍ୟାଣ ମଣ୍ଡପ ଠାରେ  ଝାରସୁଗୁଡ଼ା ସିଏ ଆଶୋସିଏସନ, ଏସବିଆଇ,ଡାକ୍ତର ଆଶୋସିଏସନ ଏବଂ ଲାୟନ୍ସ କ୍ଳବ ର ମିଳିତ ଆନୁକୁଲ୍ୟରେ ଏକ ମେଗା ସାସ୍ଥ୍ୟ ଶିବିର ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସାସ୍ଥ୍ୟ ଶିବିରରେ ପ୍ରସୂତୀ ବିଭାଗ, ଦନ୍ତ ଚିକିତ୍ସା ବିଭାଗ, ମେଡିସିନ ବିଭାଗ ଓ ଶିଶୁ ବିଭାଗର ଡାକ୍ତର ଉପସ୍ଥିତ ରହି ରୋଗୀଙ୍କ ସାସ୍ୟୁ ପରୀକ୍ଷା କରିଥିଲେ । ଏହି ସାସ୍ଥ୍ୟ ଶିବିରରେ ମୋଟ ୧୬୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ମାଗଣାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରରେ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପକୁ ଭୁୟସୀ ପ୍ରଶଂସା କରିଥିଲେ । ଏହାସହ ଆଗାମୀ ଦିନରେ ଗରିବ ଜନସାଧାରଣଙ୍କ ପାଇଁ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବେ ବୋଲି ଆଶା ପ୍ରକଟ କରିଥିଲେ । ଏହାସହ ଅନୁଷ୍ଠିତ ରକ୍ତଦାନ ଶିବିରରେ ମୋଟ ୨୫ରୁ ଉର୍ଦ୍ଧ୍ବ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଖି ରୋଗ ବିଶେଷଞ ଡା.ଦିଲିପ ପଟ୍ଟାନୟକ, ସର୍ଜରା ବିଭାଗ ଡା.ଆର.କେ.ଜୋଶୀ, ଦନ୍ତ ରୋଗ ଚିକିତ୍ସକ ଡା.ପି.କେ.ପଣ୍ଡା, ଡା.ଏସ.ଜେ.ପଟେଲ,ଡା.କେ.ସି ଦାସ, ସିଏ ଆଶୋସିଏସନରୁ ଏସ. ବଡପଣ୍ଡା ଏବଂ ପୱନ ସୁଲତାନିଆ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଲାୟନ୍ସ କ୍ଳବ ଓ ଏସବିଆଇର କର୍ମକର୍ତା ଯୋଗଦେଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done